ପୁଣି ଥରେ ଚର୍ଚ୍ଚାରେ ବଙ୍ଗୀୟ ଅଭିନେତ୍ରୀ : ତୃତୀୟ ନମ୍ବର ସ୍ୱାମୀଙ୍କୁ ଛାଡପତ୍ର ନେଇ କୋର୍ଟରେ ଆବେଦନ
ମୁମ୍ବାଇ : ପୁଣି ଥରେ ଚର୍ଚ୍ଚାରେ ବଙ୍ଗୀୟ ଅଭିନେତ୍ରୀ ଶ୍ରାବନ୍ତି ଚାଟାର୍ଜୀ । ସେ ସଦା ସର୍ବଦା ନିଜର ପ୍ରଫେସନାଲ ଲାଇଫ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ଏଥର ସେ ନିଜର ତୃତୀୟ ନମ୍ବର ସ୍ୱାମୀ ରୋଶନ ସିଂହଙ୍କୁ ଛାଡପତ୍ର ଦେବାକୁ ଯାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ସେପ୍ଟେମ୍ବର ୧୬ରେ ରୋଶନ ସିଂହଙ୍କୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି ଶ୍ରୀବନ୍ତୀ । ଏହାକୁ ନେଇ ତାଙ୍କ ସ୍ୱାମୀ ରୋଶନ ସିଂହ, ଛାଡପତ୍ର ନୋଟିସ ପାଇ ନାହାଁନ୍ତି ବୋଲି କହିଛନ୍ତି । ଏକ ଇଣ୍ଟରଭ୍ୟୁରେ ରୋଶନ ସିଂହ, ଶ୍ରାବନ୍ତୀଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଶ୍ରାବନ୍ତୀଙ୍କ ଅନେକ ବନ୍ଧୁଙ୍କ ସହ ତାଙ୍କର ଯୋଗାଯୋଗ ରହିଛି। ସେ ଜାଣିବାକୁ ପାଇଛନ୍ତି ଯେ , ଶ୍ରାବନ୍ତୀ ଲୋକଙ୍କ ଆଗରେ ତାଙ୍କୁ ବଦନାମ କରୁଛନ୍ତି। ଶ୍ରାବନ୍ତୀ କହୁଛନ୍ତି , ରୋଶନ ଅତ୍ୟଧିକ ମୋଟା, ତେଣୁ ଶାରୀରିକ ସମ୍ପର୍କ ରଖିବାରେ ଅସମର୍ଥ ହେଉଛନ୍ତି । କେବଳ ଏତିକି ନୁହେଁ, ରୋଶନ ଆହୁରି କହିଛନ୍ତି, ଶ୍ରାବନ୍ତୀ ତାଙ୍କ ସାଙ୍ଗମାନଙ୍କୁ ତାଙ୍କ ବିଷୟରେ କହୁଛନ୍ତି ,ସେ ଅଭିନେତ୍ରୀଙ୍କଠାରୁ ୧ କୋଟି ଟଙ୍କା ନେଇଛନ୍ତି। ସୂଚନା ଯେ, ୩୪ ବର୍ଷୀୟା ଶ୍ରାବନ୍ତୀ ଫିଲ୍ମ ‘ମାୟାର ବାନ୍ଧୋନ୍’ ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଏହା ପରେ ସେ ଏକରୁ ଅଧିକ ଫିଲ୍ମ କରିଥିଲେ। ଶ୍ରାବନ୍ତି ପ୍ରଥମେ ଫିଲ୍ମ ନିର୍ମାତା ରାଜୀବ କୁମାର ବିଶ୍ଵାସଙ୍କ ବିବାହ କରିଥିଲେ । ୨୦୦୩ରେ ଦୁହେଁ ବିବାହ କରିଥିଲେ ଏବଂ ୨୦୧୬ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା । ଏହାପରେ ସେହି ବର୍ଷ ମଡେଲ କୃଷ୍ଣ ବ୍ରଜଙ୍କୁ ସେ ବିବାହ କରିଥିଲେ । କିନ୍ତୁ ଦୁହିଁଙ୍କ ବିବାହ ମାତ୍ର ଏକ ବର୍ଷ ମଧ୍ୟ ତିଷ୍ଠି ପାରିଥିଲା । ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଏହାପରେ ୨୦୧୯ରେ ସେ ରୋଶନ ସିଂହଙ୍କୁ ବିବାହ କରିଥିଲେ। ମାତ୍ର ଏବେ ସେ ତାଙ୍କର ଏହି ତୃତୀୟ ନମ୍ବର ସ୍ୱାମୀଙ୍କୁ ମଧ୍ୟ ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳୁଛି ।
