ଖାଲି ପେଟରେ ପିଅନ୍ତୁ ‘ଆପଲ ଟି’, ଓଜନ କମ ହେବା ସହ ଶରୀରକୁ ମିଳିଥାଏ ଅନେକ ଫାଇଦା…
ନିଜକୁ ଫିଟ୍ ରଖିବା ପାଇଁ ଆପଣମାନେ ଗ୍ରୀନ୍ ଟି (Green Tea) ବା ଲେମନ ଟି (Lemon Tea) ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଓଫଳର ଚା’ ବା (Apple Tea) କେବେ ଆପଣ ପିଇଛନ୍ତି କି ? ଏହା ଅର୍ଥାତ ସେଓ ଫଳର ଚାହା ବା (Apple Tea) ଶରୀରକୁ ସମସ୍ୟାରୁ ରକ୍ଷା କରିଥାଏ ! ତେବେ ଆଜି ଆମେ Apple Teaରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ । ପ୍ରତିଦିନ Apple Tea ପିଇବା ଦ୍ୱାରା ଓଜନ କମ ହେବା ସହ ତ୍ୱଚାରେ ଚମକ ଆସିଥାଏ । ଭାରତରେ ଏହାକୁ କମ ବ୍ୟବହାର କରାଯାଉଥିବା ବେଳେ ୟୁରୋପରେ ଏହି ଚା’କୁ ଲୋକମାନେ ଅଧିକ ବ୍ୟବହାର କରିଥାନ୍ତି ।
ପ୍ରସ୍ତୁତି :
ଏହି ଚା’ ପ୍ରସ୍ତୁତ କରିବା ପାଇଁ ଗୋଟେ ସେଓ,୩କପ ପାଣି,ଗୋଟେ ଚାମଚ ଲେମ୍ବୁ ରସ,ଦୁଇଟି ଟି ବ୍ୟାଗ୍ ଏବଂ ଡ଼ାଲଚିନି ପାଉଡ଼ର ନିଅନ୍ତୁ । ଏକ ପାତ୍ରରେ ପାଣି ଏବଂ ଲେମ୍ବୁ ରସକୁ ମିଶାଇ ଗରମ କରନ୍ତୁ । ଫୁଟିବା ସମୟରେ କଟା ହୋଇଥିବା ସେଓଫଳ ସେଥିରେ ପକାନ୍ତୁ । ଏହା ପରେ ସେଥିରେ ଡ଼ାଲଚିନି ପାଉଡ଼ର ପକାନ୍ତୁ । କିଛି ସମୟରେ ଫୁଟାଇବା ପରେ ଆପଣଙ୍କ ଆପଲଟି ପ୍ରସ୍ତୁତ ହୋଇଯିବ ।
ଶରୀର ପାଇଁ ଲାଭଦାୟକ :
ଆପଲ ଟିରେ ଭିଟାମିନ୍ Cର ପରିମାଣ ପ୍ରଚୁର ମାତ୍ରାରେ ରହିଥାଏ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।
ଆପଲ ଟିରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ କରିଥାଏ । ଯାହାଦ୍ୱାରା ଫ୍ୟାଟ୍ ମଧ୍ୟ କମ ହୋଇଥାଏ ।
ଆପଲ ଟିରେ ସଲ୍ୟୁବୁଲ ଫାଇବର ଥିବା ହେତୁ ଏହା ପାଚକତନ୍ତ୍ରକୁ ଠିକ୍ ରଖିଥାଏ । ଖାଦ୍ୟ ଠିକ୍ ଭାବରେ ହଜମ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଯାଇ ନଥାଏ ।
ଆପଲ ଟି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
