ଆଇପିଏଲ-୨୦୨୧ : କୋଲକାତା ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୪୫ ତମ ମ୍ୟାଚରେ ଶୁକ୍ରବାର କୋଲକାତା ନାଇଟରାଇଡର୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପଂଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ପଞ୍ଜାବ ଦଳ ୧୧ଟି ମ୍ୟାଚ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକାତା ୧୧ ମ୍ୟାଚରୁ ୫ ବିଜୟ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ପଞ୍ଜାବ ପ୍ଲେଅଫକୁ ଯିବା କଷ୍ଟକର ହୋଇପଡ଼ିଥିବାବେଳେ କୋଲକାତା ପାଇଁ ସୁଯୋଗ ରହିଛି । ଏଣୁ ଏହି ମ୍ୟାଚ କୋଲକାତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।
ଉଭୟ ଦଳ ପାଇଁ ବିଜୟ ଜରୁରୀ । ନାଇଟ୍ ରାଇଡର୍ସ ୧୧ଟି ମ୍ୟାଚ୍ ଖେଳି ୫ ବିଜୟ ସହ ମୋଟ୍ ୧୦ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ନାଇଟ ରାଇଡର୍ସ ଚତୁର୍ଥ ସ୍ଥାନରେ ରହିଛି । ପଞ୍ଜାବ କିଙ୍ଗ୍ସ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି । ନାଇଟ୍ ରାଇଡର୍ସ ସମ୍ପ୍ରତି ଫର୍ମରେ ରହିଛି । ଦ୍ୱିତୀୟାର୍ଦ୍ଧରେ ଖେଳିଥିବା ୪ଟି ମ୍ୟାଚ୍ରୁ ନାଇଟ୍ ରାଇଡର୍ସ ୩ଟି ବିଜୟ ହାସଲ କରିସାରିଛି । ଭେଙ୍କଟେଶ ଆୟର ଓପନିଂ କରିବା ପରଠୁ ଦଳ ସୁଦୃଢ ହୋଇଛି । ଚମତ୍କାର ବ୍ୟାଟିଂ ଓ ବୋଲିଂ ଜାରି ରଖିଛନ୍ତି ଭେଙ୍କଟେଶ । ଶୁଭମନ ଗିଲ୍, ନିତିଶ ରାଣା, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ରାହୁଲ ତ୍ରିପାଠୀ ପ୍ରମୁଖ ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ବେଶ୍ ସନ୍ତୁଳିତ ରହିଛି । ଆଇପିଏଲ୍ରେ ପ୍ରତ୍ୟେକ ଦଳକୁ ଅତି ସହଜରେ ହରାଇବାର କ୍ଷମତା ପଞ୍ଜାବ କିଙ୍ଗ୍ସ ନିକଟରେ ରହିଛି । କିନ୍ତୁ ଖେଳାଳିମାନେ ନିୟମିତ ଭାବେ ସଫଳ ହୋଇପାରୁ ନଥିବାରୁ ଦଳକୁ ନିରାଶ ହେବାକୁ ପଡ଼ିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ପଞ୍ଜାବ କିଙ୍ଗ୍ସକୁ ପରବର୍ତ୍ତୀ ୩ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ଫଳରେ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ।
