ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ବିଧାୟକ ସ୍ୱରୂପ ଦାସ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦା ସାରଗାଁ ଗ୍ରାମ ପଞ୍ଚାୟତ ମହାପଦା ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଗ୍ରାମର ବଳଭଦ୍ର ସେଠିଙ୍କ ୪ ପୁତ୍ର ରଘୁନାଥ ସେଠି, ଶ୍ରୀକାନ୍ତ ସେଠି, ଅଦୈତ୍ୟ ସେଠି ଏବଂ ଲୋକନାଥ ସେଠିଙ୍କର ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି । ଫଳରେ ପରିବାରଲୋକେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ଏନେଇ ଖବର ପାଇ ବିଧାୟକ ସ୍ୱରୂପ କୁମାର ଦାସ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚିଛନ୍ତି ।
ଘଟଣାସ୍ଥଳ ପରିଦର୍ଶନ ସହ ଅଗ୍ନିକାଣ୍ଡ ପରର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ଶ୍ରୀ ଦାସ । ଉକ୍ତ ପରିବାରଙ୍କୁ ପୋଷାକ, ଶାଢ଼ୀ, କମ୍ବଳ ସହ ୨ ସପ୍ତାହ ପାଇଁ ଚୁଡ଼ା, ମୁଢି ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି । ଏଥିସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ନେଇ ପ୍ରତିଶୃତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ବସନ୍ତ ପଣ୍ଡା, ପଞ୍ଚାୟତ ସଭାପତି ହରିଶ ଚନ୍ଦ୍ର ଦାସ, ଶକ୍ତିପଦ ରାୟ, ପୂର୍ବତନ ସରପଞ୍ଚ ଖଗେଶ୍ୱର ସେଠି, ପୂର୍ବତନ ୱାର୍ଡ଼ ମେମ୍ବର ଶ୍ରୀକାନ୍ତ ସେଠି, ଦେବେନ୍ଦ୍ର ସେଠି, ବିଦ୍ୟାଧର ସେଠିଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ l


