ଆଇପିଏଲ-୨୦୨୧ : ୬ ଉଇକେଟରେ ଜିତିଲା ମୁମ୍ବାଇ
ଆବୁଧାବି : ଆଇପିଏଲ ୨୦୨୧ର ୪୨ତମ ମ୍ୟାଚରେ ମଙ୍ଗଳବାର ଶେଖ ଜାୟେଦ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏଥିରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । କ୍ରମାଗତ ତିନୋଟି ପରାଜୟ ପରେ ବିଜୟର ସ୍ଵାଦ ଚାଖିଲା ମୁମ୍ବାଇ । ଛକା ମାରି ଦଳକୁ ଜିତାଇଲେ ହାର୍ଦ୍ଦିକ ପାଣ୍ଡ୍ୟା ।
ଆଜି ମୁମ୍ବାଇ ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପଞ୍ଜାବ ପକ୍ଷରୁ କେଏଲ ରାହୁଲ ୨୧, ଆଇଡେମ ମାକରାମ ୪୨, ଦୀପକ ହୁଦା ୨୮ ରନ କରିଥିଲେ ।ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୫ ରନ କରିଥିଲା । ଚଳିତ ଆଇପିଏଲରେ ମୁମ୍ବାଇ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୧୩୬ ରନର ବିଜୟ ଲକ୍ଷ ନେଇ ଓହ୍ଲାଇଥିବା ମୁମ୍ବାଇ ସୌରଭ ତିଓ୍ଵାରୀ(୪୫) ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ବ୍ୟାଟିଂ ବଳରେ ମୁମ୍ବାଇ ପଞ୍ଜାବ କିଙ୍ଗ୍ସକୁ ୬ ଓ୍ଵିକେଟ୍ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ମାରକ୍ରମଙ୍କ ୪୨ ଏବଂ ଦୀପକ ହୁଡାଙ୍କ ୨୮ ରନ ବଳରେ ୬ ଓ୍ଵିକେଟ୍ ବିନିମୟରେ ୧୩୫ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଛକା ମାରି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ଵାଇକୁ ଜିତାଇଛନ୍ତି। ହାର୍ଦ୍ଦିକ ୩୦ ବଲ୍ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ରବି ବିଶ୍ନୋଇ ୨ଟି ସଫଳତା ପାଇଛନ୍ତି। ମୁମ୍ଵାଇ ୧୧ଟି ମ୍ୟାଚ୍ରୁ ପଞ୍ଚମ ବିଜୟ ସହ ପଏଣ୍ଟ ତାଲିକାର ପଞ୍ଚମରେ ପହଞ୍ଚିଛି। ପଞ୍ଜାବ କିଙ୍ଗ୍ସ ସମାନ ମ୍ୟାଚ୍ରୁ ସପ୍ତମ ପରାଜୟ ଭୋଗି ଷଷ୍ଠ ସ୍ଥାନକୁ ଖସି ଆସିଛି।
