ସକାଳେ ଉଠି ଏହି ୪ଟି ଜିନିଷ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ, ନହେଲେ ବଡ଼ କ୍ଷତି ସହିବାକୁ ପଡିବ
ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ସକାଳ ହୋଇଥାଏ । ବିଶେଷକରି ଯେତେବେଳେ ଆପଣ ଶୋଇ ଉଠନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କାରଣ ପ୍ରତ୍ୟେକ ରାତିର ଅନ୍ଧକାର ପରେ ତାପର ଦିନର ସୂର୍ଯ୍ୟ ନୂତନ ଆଶା ଆଣିଥାଏ । ଏକ ପ୍ରକାରରେ ଏହା ଜୀବନ ଓ ମୃତ୍ୟୁର ପ୍ରତୀକ ଭାବରେ ବିବେଚନା କରାଯାଏ। ସକାଳ ସମୟ ପାଇଁ ଶାସ୍ତ୍ରରେ ଅନେକ ନିୟମ ରହିଛି , ଜଣେ ବ୍ୟକ୍ତିଙ୍କୁ କିପରି ଭାବରେ ନିଜ ଦିନର ଆରମ୍ଭ କରିବା ଉଚିତ। ବାସ୍ତବରେ ଏହା ବିଶ୍ୱାସ କରାଯାଏ ଯେ ସକାଳୁ ଉଠିବା ମାତ୍ରେ କିଛି ଜିନିଷ କରିଦେଲେ ମଣିଷର ସମ୍ପୂର୍ଣ୍ଣ ଦିନ ସୃଷ୍ଟି ହୋଇଯାଏ। ଯେତେବେଳେ କି ଅନେକ ଜିନିଷ ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ଏହି ଜିନିଷଗୁଡିକ ଦେଖିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଆସନ୍ତୁ ସେଗୁଡିକ ବିଷୟରେ ଜାଣିବା।
ସକାଳୁ ଉଠିବା ମାତ୍ରେ ଅଧିକାଂଶ ଲୋକଙ୍କର ଦର୍ପଣରେ ସେମାନଙ୍କର ମୁହଁ ଦେଖିବା ଅଭ୍ୟାସ ରହିଥାଏ , କିନ୍ତୁ ଶାସ୍ତ୍ରରେ ଏହା କରିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ। ତେଣୁ ସକାଳେ ଉଠିବା ପରେ ଦର୍ପଣରେ ଆପଣଙ୍କ ମୁହଁ ଦେଖିବା ପରିବର୍ତ୍ତେ, ଆପଣଙ୍କ ପାପୁଲିକୁ ଦେଖିବା ଉଚିତ ଏବଂ ଦୁଇ ହାତ ଯୋଡି ଭଗବାନଙ୍କ ନାମ ନେବା ଅତ୍ୟନ୍ତ ଶୁଭ ଅଟେ।
ସକାଳୁ ଉଠିବା ମାତ୍ରେ ଅଧିକାଂଶ ଲୋକଙ୍କର ଦର୍ପଣରେ ସେମାନଙ୍କର ମୁହଁ ଦେଖିବା ଅଭ୍ୟାସ ରହିଥାଏ , କିନ୍ତୁ ଶାସ୍ତ୍ରରେ ଏହା କରିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ। ତେଣୁ ସକାଳେ ଉଠିବା ପରେ ଦର୍ପଣରେ ଆପଣଙ୍କ ମୁହଁ ଦେଖିବା ପରିବର୍ତ୍ତେ, ଆପଣଙ୍କ ପାପୁଲିକୁ ଦେଖିବା ଉଚିତ ଏବଂ ଦୁଇ ହାତ ଯୋଡି ଭଗବାନଙ୍କ ନାମ ନେବା ଅତ୍ୟନ୍ତ ଶୁଭ ଅଟେ।
ସକାଳେ ଉଠି କେବେବି ଦୁଷ୍ଟ ବ୍ୟକ୍ତିର ଦର୍ଶନ କରିବା ଉଚିତ୍ ନୁହେଁ । ଦୁଷ୍ଟ ବ୍ୟକ୍ତିଙ୍କର ଦର୍ଶନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ନକରାତ୍ମକତା ବଢ଼ିଥାଏ ଏବଂ ଚରିତ୍ରହୀନ ମହିଳାଙ୍କ ମୁହଁକୁ ଦେଖିଲେ ମନରେ କାମ, ବାସନା ଜାଗ୍ରତ ହୋଇଥାଏ ଏବଂ ମନୁଷ୍ୟ ଦିନସାରା କାମାଗ୍ନିରେ ଜଳି ରହିଥାଏ ।
ସକାଳେ ଉଠିବା କ୍ଷଣେ ତୁରନ୍ତ କାହାରୀକୁ ମଧ୍ୟ ଗାଳି କରିବା ଉଚିତ୍ ନୁହେଁ । ବିନା ସ୍ନାନରେ ଦେବୀଦେବତାଙ୍କ ସ୍ଥାନକୁ ଯିବା ଉଚିତ୍ ନୁହେଁ । ସ୍ନାନ କରିବା ପରେ ହିଁ ସେହି ସ୍ଥାନକୁ ଯିବା ଉଚିତ୍ ।
ସକାଳେ ଉଠି ମନୁଷ୍ୟକୁ ନିଜ ଛାଇକୁ ମଧ୍ୟ ଦେଖିବା ଉଚିତ୍ ନୁହେଁ । ଛାଇ ଭ୍ରମ ନିର୍ମାଣ କରିଥାଏ । ସକାଳେ ଉଠି ନିଜ ଛାଇକୁ ଦେଖିଲେ ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ।
ସକାଳେ ଉଠି ଏହି ଜିନିଷ ଗୁଡ଼ିକୁ କରିବା ଉଚିତ :
ମନୁଷ୍ୟକୁ ସକାଳେ ଉଠିବା ମାତ୍ରେ ନିଜ ହାତର ପାପୁଲିକୁ ଦର୍ଶନ କରିବା ଉଚିତ୍ । ହାତର ଅଗ୍ର ଭାଗରେ ମା ଲଷ୍ମୀଙ୍କ ନିବାସ ହୋଇଥାଏ, ମଧ୍ୟଭାଗରେ ମା ସରସ୍ଵତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷଙ୍କ ନିବାସ ହୋଇଥାଏ । ତେଣୁ ସକାଳେ ଉଠିବା ମାତ୍ରେ ଯଦି ଏହି ତିନୋଟି ଭଗବାନଙ୍କ ଦର୍ଶନ ହୋଇଯାଏ, ତେବେ ମନୁଷ୍ୟର ଭାଗ୍ୟଦ୍ୱାର ଖୋଲିଥାଏ । ଏପରି ବ୍ୟକ୍ତିଙ୍କ ଘରେ ଧନର ଅଭାବ କେବେ ହୋଇନଥାଏ ଓ ଘରେ ସବୁବେଳେ ଶାନ୍ତିର ବାତାବରଣ ରହିଥାଏ ।
ଯେଉଁମାନେ ସକାଳେ ଉଠି ମା’ ବାପାଙ୍କ ଚରଣର ଦର୍ଶନ କରିଥାନ୍ତି ଓ ତାଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି ତାଙ୍କ ଜୀବନରୁ ସବୁ ସଙ୍କଟ ଦୂର ହୋଇଯାଇଥାଏ । ଏବଂ ସେ ସବୁବେଳେ ସଫଳତା ପାଇଥାଏ ।
ଗରୁଡ଼ ପୁରାଣ ଅନୁସାରେ ଆପଣ ଯଦି ସକାଳେ ଉଠି କ୍ଷେତରେ ଫସଲ ଦେଖିଥାନ୍ତି, ତେବେ ଆପଣଙ୍କୁ ପୁଣ୍ୟ ଏବଂ ଲାଭ ପ୍ରାପ୍ତ ହୋଇଥାଏ । ଏହା ସହିତ ସକାଳେ ଯଦି ଗୋ ମାତାଙ୍କ ଦର୍ଶନ କରାଯାଏ, ତେବେ ବ୍ୟକ୍ତିର ମନସ୍କାମନା ପୂରଣ ହୋଇଥାଏ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
