ଆଇପିଏଲ-୨୦୨୧ : ମୁମ୍ବାଇକୁ ୧୩୬ରନର ଲକ୍ଷ୍ୟ ଦେଲା ପଞ୍ଜାବ
ଆବୁଧାବି : ଆଇପିଏଲ ୨୦୨୧ର ୪୨ତମ ମ୍ୟାଚରେ ମଙ୍ଗଳବାର ଶେଖ ଜାୟେଦ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏଥିରେ ମୁମ୍ବାଇ ଆଗରେ ୧୩୬ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ । ଆଜି ମୁମ୍ବାଇ ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପଞ୍ଜାବ ପକ୍ଷରୁ କେଏଲ ରାହୁଲ ୨୧, ଆଇଡେମ ମାକରାମ ୪୨, ଦୀପକ ହୁଦା ୨୮ ରନ କରିଥିଲେ ।ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୫ ରନ କରିଥିଲା । ଚଳିତ ଆଇପିଏଲରେ ମୁମ୍ବାଇ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ ୬ ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ଫଳରେ ଦଳ ପ୍ଲେ ଅଫକୁ ଯିବାର ସମ୍ଭାବନା କ୍ଷୀଣ ହୋଇଯାଇଛି । ଅନ୍ୟପକ୍ଷରେ ପଞ୍ଜାବ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ ୬ ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।
ୟୁଏଇ ଚରଣରେ ଲଗାତାର ୩ ମ୍ୟାଚ୍ ହାରିବା ପରେ ସଂପ୍ରତି ମୁମ୍ବାଇ ୧୦ ମ୍ୟାଚ୍ ଖେଳି ୮ ପଏଣ୍ଟ୍ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଏହି ବର୍ତମାନର ବିଜେତା ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ରନ୍ ପଶ୍ଚାତ୍ଧାବନ କରିବାରେ ବିଫଳ ହୋଇଥିଲା ବେଳେ କୋଲ୍କାତା ନାଇଟ୍ ରାଇଡର୍ସକୁ ଅଟକାଇବାରେ ସକ୍ଷମ ହୋଇନଥିଲା। ଫଳରେ ଦଳର ନକ୍ଆଉଟ୍ ଆଶଙ୍କା ବଢ଼ିଯାଇଛି। ଆଗକୁ ଆଉ ୪ ମ୍ୟାଚ୍ ଖେଳିବାକୁ ଥିଲା ବେଳେ ସବୁତକ ଜିତିବା ମୁମ୍ବାଇକୁ ଆବଶ୍ୟକ। ଅନ୍ୟ ଦଳର ସ୍ଥିତିକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ଏବେ ମୁମ୍ବାଇ ବ୍ୟାଟିଂ ହେଉଛି ପ୍ରମୁଖ ସମସ୍ୟା। ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନ ରନ୍ ପାଇଁ ସଂଘର୍ଷ କରୁଥିଲା ବେଳେ ରୋହିତ ଗତ ଦୁଇ ମ୍ୟାଚ୍ରେ ୩୩ ଓ ୪୩ ରନ୍ କରିଥିଲେ ମଧ୍ୟ ଏହାକୁ ବଡ଼ ସ୍କୋର୍ରେ ପରିଣତ କରିବାରେ ବିଫଳ ହୋଇଛନ୍ତି। ହାର୍ଦିକ ପାଣ୍ଡ୍ୟ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନ ହୋଇଥିବାରୁ ଚୂଡ଼ାନ୍ତ ଏକାଦଶରୁ ଦୂରେଇ ରହୁଛନ୍ତି। ବୋଲିଂରେ ଯଶପ୍ରୀତ ବୁମ୍ରା ୩ ମ୍ୟାଚ୍ରେ ୮ ୱିକେଟ୍ ନେଇ ଫର୍ମରେ ଥିଲାବେଳେ ଟ୍ରେଣ୍ଟ ବୋଲ୍ଟ ଓ ଆଦମ ମିଲ୍ନେ ୩ ଲେଖାଏଁ ୱିକେଟ୍ ପାଇଛନ୍ତି। ହେଲେ ଦୁଇ ସ୍ପିନର ରାହୁଲ ଚହର ଓ କ୍ରୁନାଲ ପାଣ୍ଡ୍ୟା ପ୍ରଦର୍ଶନ ଭଲ ନାହିଁ। ଯଦି ଏମାନେ ଭଲ କରନ୍ତି ତେବେ ମୁମ୍ବାଇ ଲାଗି ପ୍ଲେ ଅଫ୍ ଆଶା ଉଜ୍ଜୀବିତ ହୋଇପାରିବ। ତେଣୁ ପଞ୍ଜାବ ବିପକ୍ଷରେ ଦଳ ପୂରା ଦମ୍ରେ ପଡ଼ିଆକୁ ଓହ୍ଲାଇବର ଆଶା ରହିଛି।
ଅନ୍ୟପକ୍ଷରେ ଗତ ମ୍ୟାଚ୍ରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ପଞ୍ଚମକୁ ଉଠିଥିଲା ପଞ୍ଜାବ କିଙ୍ଗ୍ସ। ହେଲେ ଏହି ଦଳ ମଧ୍ୟ ମୁମ୍ବାଇ ପରି ୧୦ ମ୍ୟାଚ୍ ଖେଳି ୮ ପଏଣ୍ଟ ପାଇଛି। ତେବେ ନେଟ୍ ରନ୍ରେଟ୍ରେ ଆଗରେ ରହିଛି। ଏହି ମ୍ୟାଚ୍ ଯିଏ ଜିତିବ ସେ ପଏଣ୍ଟ ଟେବୁଲରେ ନିଜ ସ୍ଥାନ ଦୃଢ଼ କରିବ। ପଞ୍ଜାବ ଦଳ ଭାରତ ଏବଂ ବିଦେଶୀ ପ୍ରତିଭାବାନ ଖେଳାଳିଙ୍କୁ ନେଇ ଦୃଢ଼ ରହିଛି। ହେଲେ ଏମାନେ ମ୍ୟାଚ୍ ବେଳେ ଖେଳାଳିଙ୍କ ମେଳ ଠିକ୍ ନରହିବାରୁ ବିଜୟର ନିକଟତର ହୋଇ ମଧ୍ୟ ପରାଜୟ ବରଣ କରୁଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ଓଭରରେ ବିଜୟ ଲାଗି ୪ ରନ୍ ଥିଲେ ମଧ୍ୟ ଏହା କରିପାରନଥିଲେ। ପଞ୍ଜାବ ଦଳର ଦୁଇ ଓପନର୍ କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ କରୁଛନ୍ତି ହେଲେ ମଧ୍ୟଭାଗ ବ୍ୟାଟର୍ ଏହାକୁ ଆଗକୁ ବଢ଼ାଇ ପାରୁନାହାନ୍ତି। ଯାହା ପରାଜୟର ପ୍ରମୁଖ କାରଣ ହେଉଛି। ମଧ୍ୟଭାଗରେ ଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍, ଏଦେନ ମାର୍କରମ ଏବଂ ନିକୋଲାସ ପୂରନ ସଫଳ ହୁଅନ୍ତି ତେବେ ଦଳର ବିଜୟକୁ ଅଟକାଇବା ବିପକ୍ଷ ଦଳ ଲାଗି କଷ୍ଟକର ହେବ। ବୋଲିଂରେ ଅଭିଜ୍ଞ ମହମ୍ମଦ ସାମି ଓ ଯୁବ ବୋଲର ଅର୍ଶଦୀପ ସିଂହ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସ୍ପିନର୍ ରବି ବିଷ୍ଣୋଇ ମଧ୍ୟ ଭଲ କରୁଛନ୍ତି।
