ଆଇପିଏଲ-୨୦୨୧ : ଦିଲ୍ଲୀକୁ ୩ ଓ୍ବିକେଟରେ ହରାଇଲା କୋଲକାତା
ଶାରଜା : ଆଇପିଏଲ ୨୦୨୧ର ୪୧ତମ ମ୍ୟାଚରେ ମଙ୍ଗଳବାର ଶାରଜା କ୍ରିକେଟ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି । ଏଥିରେ କୋଲକତା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କୋଲକାତା ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏଥିରେ କୋଲକତା ୩ ଓ୍ବିକେଟରେ ବିଜୟୀ ହୋଇଛି । ଏହି ବିଜୟ ସହ କୋଲକତା ୧୧ ମ୍ୟାଚରୁ ୫ ବିଜୟ ଓ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି । ଦିଲ୍ଲୀ ଏପର୍ଯ୍ୟନ୍ତ ୧୧ ମ୍ୟାଚ ଖେଳି ୮ ବିଜୟ, ୩ ପରାଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ।
ଆଜି କୋଲକତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦିଲ୍ଲୀ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୭ ରନ କରିଥିଲା । ୧୨୮ରନର ଏକ ଛୋଟିଆ ଲକ୍ଷ୍ୟର ପିଛା କରିବାକୁ ଯାଇ କୋଲକତାର ବ୍ୟାଟ୍ସମ୍ୟାନମାନେ ଦଳଗତ ପ୍ରଦର୍ଶନ କରି ୧୯ ତମ ଓଭରରେ ବିଜୟ ହାସଲ କରିନେଇଥିଲେ । ଦଳ ପକ୍ଷରୁ ନିତିଶ ରାଣା ୩୬, ଶୁଭମନ ଗିଲ ୩୦ ରନ ଓ ସୁନୀଲ ନାରିନ ୨୩ ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ଯାତ୍ରାରେ ଲାଗିଲା ବ୍ରେକ୍। ବୋଲରଙ୍କ ଶାଣିତ ବୋଲିଂ ଦମରେ କୋଲାକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଓ୍ଵିକେଟ୍ରେ ପରାସ୍ତ କରିଛି। ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟରେ କ୍ରମାଗତ ୪ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଦ୍ଵିତୀୟରେ ଥିବା ଦିଲ୍ଲୀକୁ ଶେଷରେ ପରାଜୟର ସ୍ଵାଦ ଚାଖିବାକୁ ପଡିଛି। ଅନ୍ୟପଟେ ୧୧ଟି ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରି ନିଜର ଚତୁର୍ଥ ସ୍ଥାନକୁ ମଜବୁତ କରିଛି କୋଲକାତା ନାଇଟ୍ ରାଇଡର୍ସ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତାର ଶାଣିତ ବୋଲିଂର ମୁକାବିଲା କରିନପାରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୨୭ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ଓ ଋଷଭ ପନ୍ତ ପ୍ରତ୍ୟେକ ୩୯ ରନ ଲେଖାଏଁ କରିଥିଲେ। ଜବାବରେ ନୀତିଶ ରାଣାଙ୍କ ଅପରାଜିତ ୩୬ ବଳରେ ୧୮.୨ ଓଭରରେ କେକେଆର ବିଜୟ ଲକ୍ଷ୍ୟ ହାସଲ କରିଛି। ହେଲେ ଦଳ ଏହି ଛାେଟ ବିଜୟ ଲକ୍ଷ୍ୟ ପିଛା କରିବା ବେଳେ ସାତ ଓ୍ଵିକେଟ୍ ହରାଇଛି।
