ଆଜିର ଭାଗ୍ୟଫଳ (ମଙ୍ଗଳବାର, ୨୮/୯/୨୦୨୧)
ଆଜି ମଙ୍ଗଳବାର, କନ୍ୟା ମାସ ୧୨ ଦିନ, ଆଶ୍ଵିନ ମାସ, କୃଷ୍ଣପକ୍ଷ, ସପ୍ତମୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ସକାଳ ୭ଟା ୧୪ମିନିଟ୍ ଗତେ ମିଥୁନ ରାଶିରେ ଚନ୍ଦ୍ର । ବ୍ୟତିପାତ ଯୋଗ । ବବ କରଣ । ମକର ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର ସକାଳ ୭ଟା ୧୪ମିନିଟ୍ ଗତେ କନ୍ୟା ରାଶିର ଘାତଚନ୍ଦ୍ର । ତାଳ ନ ଖାଇଲେ ଭଲ ସନ୍ଧ୍ୟା ୬ଟା ୧୭ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ସନ୍ଧ୍ୟା ୬ଟା ୧୭ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧ଟା ୬ମିନିଟ୍ ରୁ ଦିବା ୨ଟା ୩୫ମିନିଟ୍ । ସକାଳ ୭ଟା ୯ମିନିଟ୍ ରୁ ୮ଟା ୩୮ମିନିଟ୍ । ରାତ୍ରି ୭ଟା ୪ମିନିଟ୍ ରୁ ରାତ୍ରି ୮ଟା ୩୫ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୧ମିନିଟ୍ ରୁ ୬ଟା ୨୬ମିନିଟ୍, ସକାଳ ୮ଟା ୩୯ମିନିଟ୍ ରୁ ଦିବା ୧୧ଟା ୧୨ମିନିଟ୍, ସନ୍ଧ୍ୟା ୫ଟା ୩୫ମିନିଟ୍ ରୁ ରାତ୍ର ୭ଟା ୩ମିନିଟ୍, ରାତ୍ର ୮ଟା ୩୬ମିନିଟ୍ ରୁ ରାତ୍ର ୮ଟା ୪୬ମିନିଟ୍, ରାତ୍ର ୯ଟା ୩୭ମିନିଟ୍ ରୁ ରାତ୍ର ୧୨ଟା, ରାତ୍ର ୧ଟା ୩୯ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍, ରାତ୍ର ୪ଟା ୪ମିନିଟ୍ ରୁ ୫ଟା ୩୯ମିନିଟ୍ ।
ମେଷ :-
ସହକର୍ମୀଙ୍କ ସାହାଯ୍ୟରେ କାର୍ଯ୍ୟ ପୂରଣ ହେବା ଫଳରେ ଚାକିରୀରେ ଉଚ୍ଚପଦ ପ୍ରାପ୍ତି ହୋଇପାରେ । ଶତୃମାନଙ୍କ ଉପରେ ବିଜୟୀ ହେବେ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ପିଲାମାନଙ୍କର ଚାକିରୀ ସମ୍ବନ୍ଧିତ ସମସ୍ୟା ସମାଧାନ ହେବ । ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ । ମନରେ ନୂଆ ନୂଆ ଯୋଜନା ଆସିପାରେ । ଯୋଜନାଗୁଡିକ ଭଲଭାବରେ କାର୍ଯ୍ୟକାରୀ କରିପାରିବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବୃଷ :-
ଘରୋଇ କର୍ମଚାରୀ ମାନେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ମିତ୍ରମାନଙ୍କ ସହଯୋଗରେ ମନରେ ନିରାଶା ଭାବ ଦୂରେଇ ଯାଇ ବନ୍ଧୁତ୍ୱ ସମ୍ପର୍କରେ ମଜବୁତ ହେବ । ଜୀବନସାଥୀଙ୍କ ସହିତ ସପିଂ କରିବାକୁ ଯାଇ ପାରିବେ । ପିଲାମାନଙ୍କୁ ଗାଳିଦେବା ପରିବର୍ତ୍ତେ ସେମାନଙ୍କୁ ବୁଝାନ୍ତୁ । ପ୍ରେମିକ ପ୍ରେମିକାମାନେ ଅଯଥା ଭ୍ରମଣରୁ ଦୂରେଇ ରହିବା ଉଚିତ୍ । ଯେ କୌଣସି କାର୍ଯ୍ୟ ବୁଝି ବିଚାରୀ କରିବା ଉଚିତ୍ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ମିଥୁନ :-
ଚାକିରୀରେ ଉଚ୍ଚପଦ ପାଇପାରିବେ ଓ କିଛି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିପାରେ । ରୋଜଗାର ସମସ୍ୟା ଦୂର ହେବ । ଗୁରୁଜନ ମାନଙ୍କ ପ୍ରତି ନିଜର ବ୍ୟବହାର ଓ ଆଚରଣ ଭଲ ରଖନ୍ତୁ । ଜମିଜମା ଓ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇପାରେ । ନିଜ ପ୍ରତିଭା ଓ ପ୍ରଭାବର ଲାଭ ଉଠାଇ ପାରିବେ । ପିଲାମାନଙ୍କର କ୍ୟାରିୟରରେ ଦେଖାଦେଉଥିବା ପ୍ରତିବନ୍ଧକ ଦୂର ହେବ । ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
କର୍କଟ :-
ଶତୃ ପରାଜିତ ହୋଇ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ଗୃହସ୍ଥ ଜୀବନ ସୁଖମୟ ହେବ ଓ ଉତ୍ତମ ରୋଜଗାର ମିଳିବ । ଆର୍ଥିକ ଉନ୍ନତିରେ ସଫଳତା ଓ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବାର ସମ୍ଭାବନା ରହିଛି । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । ବ୍ୟବସାୟରେ ସାଧାରଣ ପରିଶ୍ରମ ଫଳରେ ଅଧିକ ଉନ୍ନତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ସିଂହ :-
ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଛାତ୍ର-ଛାତ୍ରୀମାନେ ଦୂର ସ୍ଥାନକୁ ଯାତ୍ରା କରିବେ । ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।
କନ୍ୟା :-
ଶରୀର ସୁସ୍ଥ ରହିବ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ଉତ୍ତମ ସମ୍ପର୍କ ରହିବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । କଠିନ ପରିଶ୍ରମ କରିବା ଫଳରେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ । ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।
ତୁଳା :-
ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହୋଇ ଶାନ୍ତିର ବାତାବରଣ ଦେଖା ଦେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢିବ । ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବିଚ୍ଛା :-
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ ଓ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ :-
ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି, ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ତାହା ସମାଧାନ କରିପାରିବେ । କର୍ମକ୍ଷେତ୍ରରେ ଶାନ୍ତ ବାତାବରଣ ରହିବା ଫଳରେ ଆଶା ଆକାଂକ୍ଷା ପୂରଣ ହେବ । ଜୀବନସାଥି ରୋମାଣ୍ଟିକ ମନଭାବରେ ରହିବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
ମକର :-
ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ବ୍ୟବସାୟରେ ଭଲ ଲାଭ ପାଇବେ ଓ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ରାଜନୀତି କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ସନ୍ତାନ ଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
କୁମ୍ଭ :-
ସରକାରୀ କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ । ପରୀକ୍ଷାରେ ଆଶା ମୁତାବକ ଫଳ ପାଇବେ । ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହୋଇ ପାରନ୍ତି । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।
ମୀନ :-
ସାଂସାରିକ ଜୀବନ ସୁଖମୟ ହେବ । ପୁରାତନ ରୋଗରୁ ଉପଶମ ପାଇ ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । କର୍ମକ୍ଷେତ୍ରରେ ଅସୁବିଧା ପରିସ୍ଥିତିକୁ ସାମାନ୍ୟ ଚେଷ୍ଟାରେ ସଜାଡି ଦେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
