ବହୁ ଚର୍ଚ୍ଚିତ ତୁଷାରକାନ୍ତ ମୃତ୍ୟୁ ଘଟଣାରେ ଦୁଇ ଗିରଫ
କଟକ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ ହୋଇଛନ୍ତି। ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏସିପି ଜୋନ୍ ୱାନ୍ ଅମରେନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୃତ ତୁଷାରକାନ୍ତ ଓ ତାଙ୍କ କଲେଜର ଜଣେ ଯୁବତୀଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏହାଛଡ଼ା ଦୁହିଁଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା। ସେହି କନେକ୍ସନରେ ଯୁବତୀ ଓ ତା’ର ବଡ଼ ଭଉଣୀର ବୟଫ୍ରେଣ୍ଡ ଓ ଜଣେ ଧରମ ଭାଇ ଦୁଇ-ତିନି ମାସ ଧରି ଲଗାତର ମୃତ ତୁଷାରକୁ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ସେମାନେ ତୁଷାର ଉପରେ ବିଭିନ୍ନ ପ୍ରକାରର ଚାପ ପକାଉଥିଲେ।
ତୁଷାର ବିରୋଧରେ ମିଛ ଏଫଆଇଆର୍ ଦେବା ପାଇଁ ମଧ୍ୟ ତାକୁ ଧମକ ଦେଉଥିଲେ।ଏସିପି ଜୋନ୍ ୱାନ୍ ଅମରେନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୃତ ତୁଷାରକାନ୍ତ ଓ ତାଙ୍କ କଲେଜର ଜଣେ ଯୁବତୀଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏହାଛଡ଼ା ଦୁହିଁଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା। ସେହି କନେକ୍ସନରେ ଯୁବତୀ ଓ ତା’ର ବଡ଼ ଭଉଣୀର ବୟଫ୍ରେଣ୍ଡ ଓ ଜଣେ ଧରମ ଭାଇ ଦୁଇ-ତିନି ମାସ ଧରି ଲଗାତର ମୃତ ତୁଷାରକୁ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ସେମାନେ ତୁଷାର ଉପରେ ବିଭିନ୍ନ ପ୍ରକାରର ଚାପ ପକାଉଥିଲେ। ତୁଷାର ବିରୋଧରେ ମିଛ ଏଫଆଇଆର୍ ଦେବା ପାଇଁ ମଧ୍ୟ ତାକୁ ଧମକ ଦେଉଥିଲେ।ଅଗଷ୍ଟ ୩ ତାରିଖରେ ତୁଷାର ବାଇକ୍ ନେଇ ଘରୁ କେଉଁଆଡ଼େ ବାହାରି ଯାଇଥିଲେ। ଆଉ ସେହି ଦିନ ଠାରୁ ସେ ଘରକୁ ଫେରିନଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ। ଏହା ପରେ ସେମାନେ କ୍ୟାଣ୍ଟେନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଅର ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।ହେଲେ ଅଗଷ୍ଟ ୫ ତାରିଖରେ ଯୋବ୍ରା ବ୍ୟାରେଜରୁ ତୁଷାରକାନ୍ତଙ୍କ ମୃତଦେହ ମିଳିଥିଲା। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ତେବେ ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ୍ସ ବୟଫ୍ରେଣ୍ଡ ହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। କାରଣ ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ୍ସ ବୟଫ୍ରେଣ୍ଡ ଅପହରଣ କରିଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା।
