ବିଶ୍ୱରେ ଆଉ ୩,୨୨,୮୧୬ ସଂକ୍ରମିତ ଓ ୪,୮୯୪
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୨୫ଲକ୍ଷ ୭୬ହଜାର ୭୮୧ ଓ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୬୧ହଜାର ୫୨୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୨୨ହଜାର ୮୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪ହଜାର ୮୯୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୨୫ଲକ୍ଷ ୭୬ହଜାର ୭୮୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୬୧ହଜାର ୫୨୪ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୦କୋଟି ୯୧ଲକ୍ଷ ୯୭ହଜାର ୬୯୭ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧କୋଟି ୮୬ଲକ୍ଷ ୧୭ହଜାର ୫୬୦ଜଣ ଲୋକ ସକ୍ରିୟ ଅଛନ୍ତି ।
ସୂଚନା ଯେ, ବ୍ରାଜିଲରେ ୨କୋଟି ୧୩ ଲକ୍ଷ ୫୧ହଜାର ୯୭୨ ସଂକ୍ରମିତ ଓ ୫ଲକ୍ଷ ୯୪ ହଜାର ୪୮୪ମୃତ, ୟୁକେରେ ୭୬ ଲକ୍ଷ ୬୪ ହଜାର ୨୩୦ ସଂକ୍ରମିତ ଓ ୧ ଲକ୍ଷ ୩୬ ହଜାର ୧୬୮ ମୃତ, ଋଷିଆରେ ୭୪ ଲକ୍ଷ ୨୦ ହଜାର ୯୧୩ସଂକ୍ରମିତ ଓ ୨ଲକ୍ଷ ୩ ହଜାର ୯୦୦ ମୃତ, ତୁର୍କୀରେ ୭୦ ଲକ୍ଷ ୩୯ହଜାର ୫୦୦ ସଂକ୍ରମିତ ଓ ୬୩ ହଜାର ୧୬୬ ମୃତ, ଫ୍ରାନ୍ସରେ ୬୯ ଲକ୍ଷ ୯୪ ହଜାର ୩୧୯ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୩୬୦ ମୃତ, ଇରାନରେ ୫୫ ଲକ୍ଷ ୩୩ ହଜାର ୫୨୦ ସଂକ୍ରମିତ ଓ ୧ ଲକ୍ଷ ୧୯ ହଜାର ୩୬୦ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୫୦ହଜାର ୪୦୨ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୮୬୨ମୃତ, କଲୋମ୍ବିଆରେ ୪୯ ଲକ୍ଷ ୫୧ ହଜାର ୬୭୫ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୧୪୫ମୃତ, ସ୍ପେନରେ ୪୯ ଲକ୍ଷ ୪୬ ହଜାର ୬୦୧ ସଂକ୍ରମିତ ଓ ୮୬ ହଜାର ୨୨୯ମୃତ ରହିଛନ୍ତି ।
