ପିପିଲି ଉପ-ନିର୍ବାଚନ : ଆଜି ପ୍ରଚାରର ଶେଷ ଦିନ
ପୁରୀ : ଆଉ ୨ ଦିନ ପରେ ପିପିଲି ଭୋଟ୍ । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ପ୍ରଚାର ଶେଷ ହେଉଛି । ୩୦ ତାରିଖରେ ମତଦାନ ଥିବାବେଳେ ୨୭ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।
ପିପିଲି ଉପନିର୍ବାଚନ ନେଇ ରାଜନୈତିକ ଉଷ୍ମତା ବଢ଼ିଚାଲିଛି । ଉପନିର୍ବାଚନରେ ୧୦ ଜଣ ପାର୍ଥି ନିର୍ବାଚନ ଲଢ଼ୁଥିବା ବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ରେସରେ ଆଗରେ ଅଛନ୍ତି । ପିପିଲିରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି, ଏବଂ କଂଗ୍ରେସ ନିଜର ଷ୍ଟାର ପ୍ରଚାରକଙ୍କ ସହ ଘରକୁ ଘର ଏବଂ ପଞ୍ଚାୟତ ଠୁ ଆରମ୍ଭ କରି ବିଜ୍ଞାପିତ ଅଞ୍ଚଳ ବୁଲିବା ସହ ଦଳୀୟ ପାର୍ଥି ମାନଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ସମୟ କମ୍ ଥିବାରୁ ସବୁ ରାଜନୈତିକ ଦଳବରିଷ୍ଠ ନେତା ଓ କର୍ମକର୍ତ୍ତା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂଚ୍ଛ ଉଦ୍ୟମ ଚଳାଇଛନ୍ତି । ଶାସକ ବିଜେଡି , ଭାଜପା ଓ କଂଗ୍ରେସର ଷ୍ଟାର୍ ପ୍ରଚାରକ ବିଭିନ୍ନ ପଞ୍ଚାୟତ ବୁଲି ସଭା ଓ ପ୍ରଚାର ଜାରି ରଖିଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଦଳୀୟ କାର୍ଯ୍ୟାଳୟ, ସହ ହାରାହାରି ୨୦ ପଞ୍ଚାୟତ ବୁଲି ଲୋକମାନଙ୍କ ପାଖରେ ପହଞ୍ଚିଛନ୍ତି । ବିଜେଡି ପକ୍ଷରୁ ମନ୍ତୀ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ସାମିଲ ଥିଲେ । ସେହିପରି ଏମପି ପ୍ରତାପ ଷଡ଼ଙ୍ଗୀ ପିପିଲିର ଦାଣ୍ଡମୁକୁନ୍ଦପୁର ଓ ସିଂପୁର ପଞ୍ଚାୟତରୁ ବିଭିନ୍ନ ଗାଁକୁ ଯାଇ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ଗୋବିନ୍ଦପୁର ପଞ୍ଚାୟତରେ ଚାଲିଥିବା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ ପ୍ରଚାର କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି , ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ବ୍ଲବିଭିନ୍ନ ପଞ୍ଚାୟତରେ ବୁଲି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଅନ୍ୟ ରାଜନୈତିକ ପ୍ରାର୍ଥୀ ବିକେଶନ ହରିଚନ୍ଦନଙ୍କ ଦଳ ଜୋରଦାର ପ୍ରଚାର ଜାରି ରଖୁଛନ୍ତି ।
