କୋରାପୁଟରେ ଗୁଲାବ ପ୍ରଭାବ : ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ଜାତୀୟ ରାଜପଥ ଅବରୋଧ
Uttarakhand, Aug 13 (ANI): Road blocked as boulders fell down due to landslide following the heavy rainfall at Dharchula, in Pithoragarh on Thursday (ANI Photo)
କୋରାପୁଟ : ବାତ୍ୟା ‘ଗୁଲାବ’ ପ୍ରଭାବରେ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ପଟାଙ୍ଗିରେ ସର୍ବାଧିକ ୧୫୦ ମିମିରୁ ଅଧିକ ବର୍ଷା ହୋଇଛି । ଫଳରେ ପଟ୍ଟାଙ୍ଗି ବ୍ଲକ ସୁଙ୍କି ଘାଟିର ରାଲେଗଡା ଓ ସୁଙ୍କି ଗ୍ରାମ ନିକଟରେ ଭୂସ୍ଖଳନ ହୋଇଛି । ଏଥିଯୋଗୁଁ ଜାତୀୟ ରାଜପଥ-୨୬ ଅବରୋଧ ହୋଇଛି। ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି। ଜାତୀୟ ରାଜପଥ ଖୋଲିବା ପାଇଁ କାର୍ଯ୍ୟ ଚାଲିଛି।
ସେହିପରି ବୈପାରିଗୁଡା-ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ରାସ୍ତା ଜାମ୍ ହୋଇଥିଲା। ଅଗ୍ନିଶମ କର୍ମଚାରୀ ଓ ବିଡିଓଙ୍କ ଉପସ୍ଥିତିରେ ଗଛ କଟାଯାଇ ରାସ୍ତା ସଫା କରାଯାଉଛି। ସେମିଳିଗୁଡା ବ୍ଲକରେ ବି ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି ଓ ଘର ଭାଙ୍ଗିଛି। ପବନ ଏବଂ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ନ ହେବା ଘରେ ରୁହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
