୨ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୪ ଗିରଫ
କୋରାପୁଟ : ଲମତାପୁଟ ପୋଲିସକୁ ବଡ ସଫଳତା । ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଧରା ପଡିଛି ବିପୁଳ ଗଞ୍ଜେଇ । ଏହାସହ ୪ ଜଣଙ୍କୁ ପୋଲିସ ମଧ୍ୟ ଗିରଫ କରାଯାଇଛି ।
ସୂଚନା ଯେ, ବିଶେଷ ସୂତ୍ରରୁ ଖବର ପାଇ ଶଗର ଛକ ନିକଟରେ ଲମତାପୁଟ, ମାଛକୁଣ୍ଡ ପୋଲିସ ନାକା ବନ୍ଦୀ କରି ଗାଡି ଯାଞ୍ଚ କରିଥିଲା । ପାଡୁଆ ଅଞ୍ଚଳରୁ ଦ୍ରୁତ ଗତି ରେ ଆସୁଥିବା ଦୁଇଟି କାରକୁ ଅଟକାଇଥିଲା ପୋଲିସ । କାରକୁ ଯାଞ୍ଚ କରିବା ବେଳେ ସେଥିରୁ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଉଭୟ କାରରେ ଥିବା ୪ ଜଣକୁ କାବୁ କରି ଗିରଫ କରିଛି ପୋଲିସ । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଦୁଇଟି କାରକୁ ମଧ୍ୟ ଜବତ କରାଯାଇଛି । ଏହି ଦୁଇଟି କାରରେ ୭ ବସ୍ତାରେ ପ୍ରାୟ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ପରିମାଣର ଗଞ୍ଜେଇ ରହିଥିଲା । ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ କହିଛି । ଗଞ୍ଜେଇ ମଫିଆ ମଧ୍ୟପ୍ରଦେଶ ହର୍ଡା ଅଞ୍ଚଳର ସନ୍ଦୀପ ଠାକୁର, ଓମ ସର୍ମା, ରାଜେନ୍ଦ୍ର ଠାକୁର ଏବଂ ଶ୍ଳୋକ ଶ୍ରୀବାସଙ୍କୁ ଗିରଫ କରାଯାଇଛି ।
