ଆଇପିଏଲ୍-୨୦୧୧ : ଚେନ୍ନାଇକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ଦେଲା କୋଲକାତା
ଦୁବାଇ : ଆବୁଧାବି : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୧ରେ ଦ୍ଵିତୀୟ ଚରଣରେ ରବିବାର ଡବଲ ମ୍ୟାଚ ଦେଖିବାକୁ ମିଳିବ। ଆବୁଧାବିରେ ଖେଳାଯାଉଥିବା ୩୮ତମ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମୁହାଁମୁହିଁ ହୋଇଛନ୍ତି । ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୭୧ ରନ । ଫଳରେ ଚେନ୍ନାଇକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
କେକେଆର୍ ପକ୍ଷରୁ ଓପନିଂ ବ୍ୟାଟିଂ ଆସିଥିବା ଶୁଭମାନ ଗିଲ ଏବଂ ଭେଙ୍କେଟସ୍ ଆୟର ନିରାଶ କରିଥିଲେ । ଗିଲ ମାତ୍ର ୯ ନର କରି ଆଉଟ ହୋଇଥିବା ବେଳେ ଭେଙ୍କେଟସ ଆୟର ୧୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ରାହୁଲ ତ୍ରିପାଠୀ ଚମତ୍କାର ଇନିଂସ ଖେଳି ବ୍ୟକ୍ତିଗତ ଭାବେ ସର୍ବାଧିକ ୪୫ ରନ୍ ସଂଗ୍ରହ କରିଥିଲେ। ସେ ୩୩ଟି ବଲ୍ର ସମ୍ମୁଖୀନ ହୋଇ ୪ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ଇୟନ ମୋର୍ଗାନ୍ ୮ରନ, ଆନ୍ଧ୍ରେ ରସେଲ ୨୦ ରନ, ଶେଷରେ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୨୬ କରି ଆଉଟ ହୋଇଛନ୍ତି । ନୀତିଶ ରାଣା ୩୭ ଏବଂ ସୁନୀଲ ନାରିନ୍ ୦ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଦୀପକ ଚହର ୪ ଓଭରରେ ୨୩ ରନ ଦେଇଥିବା ବେଳେ, ସାମ୍ କରନ ୪ ଓଭରରେ ୫୬ରନ, ଗୋସ ହେଜେଲଉଡ ୪ ଓଭରରେ ୪୦ ରନ ୨ ଓ୍ବିକେଟ୍, ଶାର୍ଦ୍ଦୁଳ ଠାକୁର ୪ ଓଭରରେ ୨୦ ରନ ୨ ଓ୍ବିକେଟ୍ ଏବଂ ରବୀନ୍ଦ୍ର ଜାଡେଜା ୪ ଓଭରରେ ୨୧ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
