ତାଳସାରୀରେ ଅଘଟଣ, ଭାସିଗଲେ ୨ ବଙ୍ଗୀୟ ପର୍ଯ୍ୟଟକ
ବାଲେଶ୍ୱର : ତାଳସାରୀରେ ସମୁଦ୍ରରେ ଅଘଟଣ । ରବିବାର ତାଳସାରୀ ବେଳାଭୂମିରେ ଗାଧୋଉ ଥିବା ବେଳେ ୨ଜଣ ବଙ୍ଗୀୟ ପର୍ଯ୍ୟଟକ ଭାସି ଯାଇ ନିଖୋଜ ରହିଛନ୍ତି । ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳି ନାହିଁ ।
ସୂଚନା ଯେ, ପଶ୍ଚିମବଙ୍ଗରୁ ଏକ ଦଳ ହୋଇ ୮ଜଣ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରୀ ବୁଲିବା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ୩ଜଣ ମହିଳା ରହିଛନ୍ତି । ସେଠାରେ ବୁଲାବୁଲି କରି ମଧ୍ୟାହ୍ନ ୨ଟା ସମୟରେ ଗାଧୋଉଥିଲେ । କୌଣସି କାରଣ ବଶତଃ ସେମାନଙ୍କ ମଧ୍ୟରୁ ୨ଜଣ ପୁରୁଷ ଭାସି ଯାଇଛନ୍ତି । ମାତ୍ର ବାତ୍ୟା ପ୍ରଭାବରେ ସମୁଦ୍ରରେ ଉତ୍ତାଳ ଜୁଆର ଥିବାରୁ ପ୍ରାଇଭେଟ୍ ସ୍ପିଡ୍ ବୋଟ୍ ଯୋଗେ ଉକ୍ତ ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲେ ହେଁ ସେମାନଙ୍କୁ ଠାବ କରାଯାଇ ନାହିଁ ।
