ମାଲକାନଗିରିରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ପହଞ୍ଚିଲେ ୩ ଓଡ୍ରାଫ ଟିମ୍
ମାଲକାନଗିରି : ସମ୍ଭାବ୍ୟ ବାତ୍ୟା ‘ଗୋଲାପ’ର ମୁକାବିଲା କରିବା ଲାଗି ମାଲକାନଗିରି ଜିଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲାର ସମସ୍ତ ୭ଟି ବ୍ଲକ ଓ ତହସିଲ କାର୍ଯ୍ୟାଳୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ବିଶେଷ କରି ବାତ୍ୟା ଯୋଗୁଁ ମାଲକାନଗିରି ଜିଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଲୋକଙ୍କୁ ତଳିଆ ସ୍ଥାନକୁ ଯିବା ଲାଗି ବାରଣ କରାଯାଇଛି । ନଈ କୁଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଉଛି । ବଣ୍ଡାଘାଟି ଓ ଗୋବିନ୍ଦପାଲି ଘାଟିରେ ଭୂ-ସ୍ଖଳନ ହେବାର ଆଶଙ୍କା ରହିଥିବାରି ଏହି ରାସ୍ତା ଉପରେ ଜିଲା ପ୍ରଶାସନ ନଜର ରଖିଛି । ବାତ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲାରେ ୬ଟି ଓଡ୍ରାଫ ଟିମ ସହ ଗୋଟିଏ ଏନ.ଡି.ଆର.ଏଫ ମୁତୟନ କରାଯାଇଛି । ଶନିବାର ରାତିସୁଦ୍ଧା ୩ଟି ଓଡ୍ରାଫ ଟିମ ମାଲକାନଗିରି ପହଞ୍ଚି ସାରିଥିବା ବେଳେ ଅନ୍ୟ ସମସ୍ତ ଟିମ ରବିବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ବୋଲି ଜଣା ପଡିଛି । ବିଶେଷ କରି ପଡିଆ, ମାଥିଲି, କାଲିମେଳା ଓ ଚିତ୍ରକୋ ବ୍ଲକ ଉପରେ ଜିଲା ପ୍ରଶାସନ ଅଧିକା ଫୋକସ ଦେଇଛି ।
