ବିଶ୍ୱରେ ଆଉ ୩,୭୬,୬୫୭ ସଂକ୍ରମିତ ଓ ୫,୮୮୧
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୨୨ଲକ୍ଷ ୪୫ହଜାର ୩୨୭ ଓ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୫୬ହଜାର ୪୭୨କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୭୬ହଜାର ୬୫୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫ହଜାର ୮୮୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୨୨ଲକ୍ଷ ୪୫ହଜାର ୩୨୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୫୬ହଜାର ୪୭୨ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୦କୋଟି ୮୮ଲକ୍ଷ ୫୨ହଜାର ୪୯୧ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧କୋଟି ୮୬ଲକ୍ଷ ୩୬ହଜାର ୩୬୪ଜଣ ଲୋକ ସକ୍ରିୟ ଅଛନ୍ତି ।
ସୂଚନା ଯେ, ବ୍ରାଜିଲରେ ୨କୋଟି ୧୩ ଲକ୍ଷ ୪୩ହଜାର ୩୦୪ ସଂକ୍ରମିତ ଓ ୫ଲକ୍ଷ ୯୪ ହଜାର ୨୬୪ମୃତ, ୟୁକେରେ ୭୬ ଲକ୍ଷ ୩୧ ହଜାର ୨୩୩ ସଂକ୍ରମିତ ଓ ୧ ଲକ୍ଷ ୩୬ ହଜାର ୧୦୫ ମୃତ, ଋଷିଆରେ ୭୩ ଲକ୍ଷ ୯୮ ହଜାର ୪୧୫ସଂକ୍ରମିତ ଓ ୨ଲକ୍ଷ ୩ ହଜାର ୯୫ ମୃତ, ତୁର୍କୀରେ ୭୦ ଲକ୍ଷ ୧୩ହଜାର ୬୩୯ ସଂକ୍ରମିତ ଓ ୬୨ ହଜାର ୯୩୮ ମୃତ, ଫ୍ରାନ୍ସରେ ୬୯ ଲକ୍ଷ ୮୯ ହଜାର ୬୧୩ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୪୪୯ ମୃତ, ଇରାନରେ ୫୫ ଲକ୍ଷ ୮ ହଜାର ୮୮୫ ସଂକ୍ରମିତ ଓ ୧ ଲକ୍ଷ ୧୮ ହଜାର ୭୯୨ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୪୯ହଜାର ୮୪୦ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୮୪୯ମୃତ, କଲୋମ୍ବିଆରେ ୪୯ ଲକ୍ଷ ୫୦ ହଜାର ୨୫୩ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୧୦୨ମୃତ, ସ୍ପେନରେ ୪୯ ଲକ୍ଷ ୪୬ ହଜାର ୬୦୧ ସଂକ୍ରମିତ ଓ ୮୬ ହଜାର ୨୨୯ମୃତ ମୃତ ରହିଛନ୍ତି ।
