ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଗୁଲାବ’
- ପ୍ରଭାବିତ ହୋଇପାରେ ଓଡ଼ିଶାର ୭ ଜିଲା
- ବାତ୍ୟା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି
- ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍-ଡିପ୍ରେସନ ବାତ୍ୟାର ରୂପ ନେବା ପରେ ରବିବାର ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ବୁଲେଟିନରେ କୁହା ଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍-ଡି୍େପ୍ରସନ ଙ୍ଘଟା ପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଶନିବାର ଦିନ ସାଢେ ୧୧ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୪୧୦ କିଲୋମିଟର ପୂର୍ବ,ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ଥିଲା । ଆସନ୍ତା ୬ ଘଂଟାରେ ଅର୍ଥାତ ଆଜି ରାତି ସୁଦ୍ଧା ଏହା ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ଏହା ପଶ୍ଚିମ ଦିଗରେ ଗତି କରି ଆସନ୍ତା ରବିବାର ସଂଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ବାତ୍ୟା ଗୁଲାବର ପ୍ରଭାବରେ ରବିବାରଦିନ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ସହ ଘଂଟା ପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବହିବ । ଏହି ସମୟରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଆଇଏମଡି ପକ୍ଷରୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟା ଗୁଲାବ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରା ଯାଇଥିବା ରାଜ୍ୟ ସରକାର ଏହାର ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏନେଇ କହିଛନ୍ତି ଯେ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ସାମାନ୍ୟ ପ୍ରଭାବ ପଡିପାରେ । ଏନେଇ ସରକାର ସଜାଗ ଏବଂ ସଚେତନ ରହିଛନ୍ତି । ବାତ୍ୟା ପ୍ରଭାବରେ ପାହାଡ଼ିଆ ଅଂଚଳରେ ଭୁସ୍ଖଳନ ହୋଇପାରେ, ତଳିଆ ଅଂଚଳରେ ପାଣି ଜମିପାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ।ଏହି ବାତ୍ୟାରେ ରାଜ୍ୟର ସାତଟି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା କରାଯାଇଛି । ବାତ୍ୟାକୁ ଆଖି ଆଗରେ ରଖି ଏସଆରସି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଛନ୍ତି ଏସଆରସି । ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ଏହି ସମସ୍ତ ଜିଲ୍ଲାକୁ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସଆରସି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଧ୍ୟ କହିଛନ୍ତି ପ୍ରଦୀପ ଜେନା । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତମାନ ବାତ୍ୟା ସ୍ଥଳଭାଗ ମୁହାଁ ହୋଇଛି । ଉତର-ପୂର୍ବ ଏବଂ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ବର୍ତମାନ ଏହା ପଶ୍ଚିମ- ଉତର- ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୨ କିଲୋମିଟର ବେଗରେ ଗତିକରୁଛି ବାତ୍ୟା ଗୁଲାବ । ଗୋପାଳପୁର ଠାରୁ ୫୧୦ କିଲୋମିଟର ଦକ୍ଷିଣ- ପୂର୍ବରେ ରହିଛି । କଳିଙ୍ଗପାଟନମ୍ ଠାରୁ ୫୯୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ୭ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେପଟେ ବାତ୍ୟା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ । ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାକୁ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ବଂଟନ କରାଯାଇଛି ।
