ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ଆହତ
ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଲାଠିପଡା ଠାରେ ଭାରସାମ୍ୟ ହରାଇ ଘରୋଇ ବସ୍ । ଫଳରେ ୧୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଗଞ୍ଜାମ ଜିଲା ଭଞ୍ଜନଗର ଲାଠିପଡା ଠାରେ ‘ନୀଳକଣ୍ଠ’ ନାମକ ବସଟି ଭାରସାମ୍ୟ ହରାଇ ଓଲଟିପଡିଛି । ବସଟି ଗୌଡଗୋଠରୁ କୃଷକମାନଙ୍କୁ ନେଇ ଭଞ୍ଜନଗର ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ବସ୍ ଓଲଟିବା ଯୋଗୁଁ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଛି ।
