ବାଲେଶ୍ୱର : ଅଜଣା ଗାଡି ଧକ୍କାରେ ଯୁବକ ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଅଞ୍ଚଳରେ ଏକ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ଖବରପାଇ ସୋର ପୋଲିସ ମୃତଦେହକୁ ଉଦ୍ଧାର କରି ସୋର ଡାକ୍ତରଖାନରେ ଭର୍ତ୍ତି କରିଛି । ଏନେଇ ତଦନ୍ତ ଜାରି ରହିଛି ।
ସୂଚନା ଯେ, ବୁଧବାର ବିଳମ୍ବିତ ରାତ୍ରରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମର ମଧୁସୂଦନ ପୁହାଣ ଶ୍ୱଶୁର ଘର ସୋର ଥାନା ଅଟପୁରକୁ ବାଇକ ଯୋଗେ ଆସୁଥିଲେ । ଏହି ସମୟରେ ୧୬ନଂ. ଜାତୀୟ ରାଜପଥ ତଳନଗର ଠାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମଧୁସୂଦନଙ୍କ ପରିବାର ଓ ଶ୍ୱଶୁର ଘର ଲୋକ ସୋରେ ଡାକ୍ତରଖାନରେ ପହଞ୍ଚିଥିବା ସୂଚନା ମିଳିଛି ।
