ଘର ଭିତରୁ ମା’ ସହ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଏକ ଘରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ୨୮ ବର୍ଷିୟା ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ଝିଅ ରାଧିକା । ତେବେ ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଡଦାର ଫେରାର ହୋଇଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ଆରମ୍ଭ ହୋଇଛି ସସ୍ପେନ୍ସ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ବ୍ରଜରାଜନଗର ଥାନା ଲଜକୁରାପଡ଼ା ଗାଁରେ ନିଜ ପରିବାର ସହ ଜଣେ ବ୍ୟକ୍ତି କରନ୍ତି । ପ୍ରତିଦିନ ପରି ଆଜି କ୍ଷୀର ଦେବାକୁ ଆସିଥିଲେ ଜଣେ ବ୍ୟକ୍ତି । ବହୁ ସମୟ ଧରି ଡାକିବା ପରେ କୌଣସି ଉତ୍ତର ପାଇନଥିଲେ । ଶେଷରେ ଘରେ ୩ଜଣଙ୍କ ମୃତଦେହ ଦେଖି ନିକଟରେ ବସବାସ କରୁଥିବା ଲୋକଙ୍କୁ ଖବର ଦେଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କ ମୃତଦେହକୁ ଜବତ କରିଥିଲା । ମୃତକଙ୍କ ମଧ୍ୟରେ ମହିଳା ସୋନି ପ୍ରଧାତ ରହିଥିବା ବେଳେ ତାଙ୍କର ୫ବର୍ଷର ଶିଶୁ କନ୍ୟା ଓ ୩ ବର୍ଷର ଶିଶୁ ପୁତ୍ର ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ମୃତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି। ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ଛାନଭିନ ଜାରି ରଖିଛି । ସୂଚନା ଯେ, ପୋଦାର ପରିବାର ୬ମାସ ପୂର୍ବରୁ ସେହି ପଡାର ଅନ୍ୟତ୍ର ରହୁଥିଲେ। ନାରାୟଣ ଜଣେ ଦିନ ମଜୁରିଆ। ତାର ସାନଭାଇ କଳାକାହ୍ନୁ ମଧ୍ୟ ନାରାୟଣ ସହ ରହୁଥିଲା। କଳାକାହ୍ନୁ ନିଜ ଭାଉଜ ସୋନିକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବା ପରେ କଳାକାହ୍ନୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହା ପରେ ସେମାନେ ପୂର୍ବ ଘର ଛାଡ଼ି ଅଚ୍ୟୁତାନନ୍ଦ ସୁରିଆଙ୍କ ଭଡାଘରେ ୫ମାସ ହେବ ରହୁଥିଲେ।
