ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ୱାମୀ
ବଲାଙ୍ଗୀର : ବଲାଙ୍ଗିର ଜିଲା ପୁଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାଲାକୁ ମିଳିଛି । ସ୍କୁଲରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ୱାମୀ ।
ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀ ପ୍ରଦୀପ ପଣ୍ଡାକୁ ପୋଲିସ କାବୁକରି ଥାନାକୁ ନେଇଥିବା ଜଣାଯାଇଛି ।
