ପର୍ଣ୍ଣଗ୍ରାଫି ମାମଲା : ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା
ମୁମ୍ବାଇ : ପର୍ଣ୍ଣଗ୍ରାଫି ଫିଲ୍ମ ମାମଲାରେ ଦୁଇ ମାସ ପୂର୍ବରୁ ଗିରଫ ଅଭିଯୁକ୍ତ ଉଦ୍ୟୋଗପତି ଏବଂ ଫିଲ୍ମ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମଙ୍ଗଳବାର ଦିନ ଆର୍ଥର ରୋଡ଼ରୁ ମୁକ୍ତ କରାଯାଇଛି । ସୋମବାର ଦିନ ମାଜିଷ୍ଟ୍ରେଟ କୋର୍ଟ ରାଜ କୁନ୍ଦ୍ରାଙ୍କୁ ୫୦ ହଜାର ଟଙ୍କାର ମୁଚାଲିକା ପରେ ଜାମିନ୍ ଦେଇଥିଲେ । ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାପରେ ଆର୍ଥର ରୋଡ଼ ଜିଲ୍ଲା ପ୍ରଶାସନ ରାଜ କୁନ୍ଦ୍ରାଙ୍କୁ ମଙ୍ଗଳବାର ଦିନ ଜେଲ୍ରୁ ମୁକ୍ତ କରିଛନ୍ତି ।
