ପିସିବି ସମର୍ଥନରେ ବାହାରି ଇଂଲଣ୍ଡ ଉପରେ ବର୍ଷିଲେ ୱାସିମ୍ ଜାଫର୍
ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ସମର୍ଥନରେ ଓହ୍ଲାଇଛନ୍ତି ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଓଡ଼ିଶା କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ୱାସିମ୍ ଜାଫର୍। ଜାଫର୍ ଟ୍ୱିଟ୍ କରି ଇଂଲଣ୍ଡ ଉପରେ ଖୁବ୍ ବର୍ଷିଛନ୍ତି। ଇଂଲଣ୍ଡ ଦ୍ୱାରା ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଜାଫର୍ ଟ୍ୱିଟ୍ କରି ଲେଖିଛନ୍ତି, ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଖରେ ଇସିବି ଉପରେ ଅସନ୍ତୋଷ ହେବାର ପର୍ଯ୍ୟାପ୍ତ କାରଣ ରହିଛି। ଗତବର୍ଷ ମହାମାରୀ ସମୟରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ବିନା ଟିକାରେ ଇଂଲଣ୍ଡ ଗସ୍ତ କରିଥିଲେ। ଉଭୟ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ଉପରେ ଇଂଲଣ୍ଡର ବହୁତ ଋଣ ରହିଛି। ଅତି କମରେ ଇସିବିକୁ ପାକିସ୍ତାନ ଗସ୍ତ ବାତିଲ କରିବାର ନଥିଲା। କ୍ରିକେଟ୍ ବାତିଲ ହେବା ଦ୍ୱାରା କେହିବି ବିଜେତା ହୁଏ ନାହିଁ।
ଇଂଲଣ୍ଡ ଦ୍ୱାରା ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଜାଫର୍ ଟ୍ୱିଟ୍ କରି ଲେଖିଛନ୍ତି, ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଖରେ ଇସିବି ଉପରେ ଅସନ୍ତୋଷ ହେବାର ପର୍ଯ୍ୟାପ୍ତ କାରଣ ରହିଛି। ଗତବର୍ଷ ମହାମାରୀ ସମୟରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ବିନା ଟିକାରେ ଇଂଲଣ୍ଡ ଗସ୍ତ କରିଥିଲେ। ଉଭୟ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ଉପରେ ଇଂଲଣ୍ଡର ବହୁତ ଋଣ ରହିଛି। ଅତି କମରେ ଇସିବିକୁ ପାକିସ୍ତାନ ଗସ୍ତ ବାତିଲ କରିବାର ନଥିଲା। କ୍ରିକେଟ୍ ବାତିଲ ହେବା ଦ୍ୱାରା କେହିବି ବିଜେତା ହୁଏ ନାହିଁ। ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଇସିବି ଏକ ବିବୃତ୍ତି ଜାରି କରିଥିଲା। ଇସିବି କହିଛି, ଆମ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ମାନସିକ ଓ ଶାରୀରିକ ସୁସ୍ଥତା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ବର୍ତ୍ତମାନ ଆମେ ଯେଉଁ ପରିବେଶରେ ରହୁଛୁ, ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ବେଶ୍ ମହତ୍ତ୍ୱପୂର୍ଣ୍ଣ। ଆମର ପୁରୁଷ ଟି-୨୦ ଟିମ୍ ପାଇଁ ଅତିରିକ୍ତ ଜଟିଲତା ରହିଛି। ଆଉ ଏଭଳି ପରିସ୍ଥିତିରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ପାକିସ୍ତାନ ଗସ୍ତ କରିବା ଠିକ୍ ହେବ ନାହିଁ।
