ଏସିବିର ଏକ୍ଜିକ୍ୟୁଟିବ୍ ଡାଇରେକ୍ଟରଙ୍କୁ ପଦରୁ ହଟାଇଲା ତାଲିବାନ
ଆଫଗାନିସ୍ତାନ : ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ କ୍ରୀଡ଼ା ଜଗତ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚି । ତାଲିବାନ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି)ର ଏକ୍ଜିକ୍ୟୁଟିବ୍ ଡାଇରେକ୍ଟର ହମିଦ୍ ସେନ୍ୱାରିଙ୍କୁ ତାଙ୍କ ପଦରୁ ହଟାଇଛନ୍ତି ତାଲିବାନୀ । ଏନେଇ ସେନ୍ୱାରି ତାଙ୍କ ଫେସବୁକ ପେଜରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ”ଅନସ ହକ୍କାନି ତାଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି”। ଅନସ ତାଲିବାନର ନୂଆ ଆଭ୍ୟନ୍ତରିଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିର ସାନ ଭାଇ ଅଟନ୍ତି । ହମିଦ୍ କହିଛନ୍ତି ତାଙ୍କୁ ପଦରୁ ବହିଷ୍କାର କରିବାର କାରଣ କୁହାଯାଇ ନାହିଁ । କିନ୍ତୁ କୁହାଯାଇଛି ନସିବୁଲ୍ଲାହ ହକ୍କାନି ତାଙ୍କ ସ୍ଥାନ ନେବେ । ନସିବୁଲ୍ଲାହ ସିରାଜୁଦ୍ଦିନଙ୍କର କୌଣସି ସମ୍ପର୍କୀୟ କି ନୁହେଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତାଲିବାନ ଆଫଗାନିସ୍ତାନରେ ପ୍ରଭାବ ବିସ୍ତାର କରିବା ପରେ ଆଦେଶ ଜାରି କରିଛି ଯେ ମହିଳାମାନେ କ୍ରୀଡ଼ା କ୍ଷେତ୍ରରେ ଭାଗ ନେଇ ପାରିବେ ନାହିଁ ।
ଯେଉଁଥିରେ କ୍ରିକେଟ୍ ବି ସାମିଲ ଅଛି । ଏହି ନିଷ୍ପତ୍ତି ପରେ ତାଲିବାନକୁ ସମସ୍ତେ ଘୃଣା କରୁଛନ୍ତି । ଆଫଗାନିସ୍ତାନରେ ମହିଳା କ୍ରିକେଟ୍ ଉପରେ ନିଷିଦ୍ଧାଦେଶକୁ ବିରୋଧ କରି ଏ.ସି.ବି. ପୁରୁଷ କ୍ରିକେଟ୍ ଟିମର ମ୍ୟାଚ୍ କୁ ମଧ୍ୟ ବନ୍ଦ କରିଛି । ଏସିବିର ଫେସବୁକ ପେଜ୍ ରେ ମଧ୍ୟ ନସିବୁଲ୍ଲା ହକ୍କାନି ବର୍ତମାନ ନୂଆ ଏକ୍ଜିକ୍ୟୁଟିଭ ଡାଇରେକ୍ଟର ବୋଲି ଘୋଷଣା କରାଯାଇଛି।
