ଆଇପିଏଲ-୨୦୧୧ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ, ବ୍ୟାଟିଂ କରିବ ରାଜସ୍ଥାନ
Sanju Samson (c) of Rajasthan Royals and KL Rahul (c) of Punjab Kings at toss during match 4 of the Vivo Indian Premier League 2021 between Rajasthan Royals and the Punjab Kings held at the Wankhede Stadium Mumbai on the 12th April 2021. Photo by Arjun Singh/ Sportzpics for IPL
ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ମଙ୍ଗଳବାର ଆଇପିଏଲ-୨୦୨୧ର ୩୨ତମ ମ୍ୟାଚ କିଙ୍ଗସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ ପଞ୍ଜାବର ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆଇପିଏଲରେ ଉଭୟ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ । ପଞ୍ଜାବ ୮ଟି ମ୍ୟାଚରୁ ୩ ବିଜୟ ୫ ପରାଜୟ ସହ ମୋଟ ୬ ପଏଣ୍ଟ ପାଇଥିବାବେଳେ ରାଜସ୍ଥାନ ୭ଟି ମ୍ୟାଚରୁ ୩ ବିଜୟ ୪ ପରାଜୟ ସହ ୬ ପଏଣ୍ଟ ପାଇଛି । ରାଜସ୍ଥାନ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବାବେଳେ ପଞ୍ଜାବ ୭ମ ସ୍ଥାନରେ ରହିଛି । ଉଭୟ ଦଳର ନେଟ ରନରେଟ ମଧ୍ୟ ଶୂନଠାରୁ ତଳେ ରହିଛି । ବର୍ତ୍ତମାନର ସ୍ଥିତି ଅନୁସାରେ ଉଭୟ ଦଳ ନକଆଉଟ ସ୍ତରକୁ ପହଞ୍ଚିବା କଷ୍ଟକର ମନେହେଉଛି ।
ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ୪ ରନ୍ରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୬/୨୨୧ ରନ୍ କରିଥିଲା । ଜବାବରେ ରାଜସ୍ଥାନ ୭ ୱିକେଟ୍ ହରାଇ ୨୧୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ସଞ୍ଜୁ ସାମସନ ଶତକ(୧୧୯) ଅର୍ଜନ କରିଥିଲେ ହେଁ ଦଳକୁ ଜିତାଇପାରି ନଥିଲେ । ମଙ୍ଗଳବାର ମଧ୍ୟ ବ୍ୟାଟ୍ସମ୍ୟାନ୍ଙ୍କ ଆଧିପତ୍ୟ ଦେଖିବାକୁ ମିଳିବ । ଉଭୟ ଦଳରେ ବିସ୍ପୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଦୁବାଇରେ ଛକା ବର୍ଷା ହେବ । ପଞ୍ଜାବ କିଙ୍ଗ୍ସ ଦଳର ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍ ଓ କ୍ରିସ୍ ଗେଲ୍ ପ୍ରାରମ୍ଭିକ ବ୍ୟାଟିଂ ବିଭାଗ ସମ୍ଭାଳିବେ । ସେହିପରି ରାଜସ୍ଥାନ ଦଳରେ ରହିଛନ୍ତି ଏଭିନ ଲୁଇସ୍, ସଞ୍ଜୁ ସାମସନ ଓ ଲାଏମ ଲିଭିଙ୍ଗଷ୍ଟୋନଙ୍କ ଭଳି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ । ଜୋସ ବଟଲର ଦ୍ୱିତୀୟ ଭାଗ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଲୁଇସଙ୍କୁ ଚୁକ୍ତି କରିଛି ରାଜସ୍ଥାନ ରୟାଲ୍ସ । ଗତ କାରିବିୟନ ପ୍ରିମିୟର ଲିଗ୍(ସିପିଏଲ୍)ରେ ସେ ଚମତ୍କାର ବ୍ୟାଟିଂ କରି ଫର୍ମରେ ରହିଛନ୍ତି । ସ୍ପିନରଙ୍କ ବିପକ୍ଷରେ ମଧ୍ୟ ତ୍ରୁଟି ସୁଧାରି ସାରିଛନ୍ତି । ସେହିପରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଲିଭିଙ୍ଗଷ୍ଟୋନ ବେଶ୍ ଉନ୍ନତ ଫର୍ମରେ ରହିଛନ୍ତି । ସେ ଗତ ‘ହଣ୍ଡ୍ରେଡ୍ସ’ରେ ୩୪୮ ରନ୍ ସଂଗ୍ରହ କରିଥିଲେ ।ପ୍ରଥମାର୍ଦ୍ଧ ଖେଳିଥିବା ପଞ୍ଜାବ କିଙ୍ଗସ ଦଳର ଦୁଇ ପେସ୍ ବୋଲର ଝେୟ ରିଚାର୍ଡସନ ଓ ରିଲି ମେରେଡିଥ୍ଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ । ତଥାପି ବୋଲିଂ ବିଭାଗ ଶକ୍ତିଶାଳୀ ରହିବ । ଯୁବ ପେସ୍ ବୋଲର ନାଥାନ ଏଲିସ୍ ଆଇପିଏଲ୍ ପଦାର୍ପଣ କରିବେ । ସେ ଟି-ଟ୍ୱେଣ୍ଟି ପଦାର୍ପଣରେ ହ୍ୟାଟ୍ରିକ୍ ଅର୍ଜନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି ।
