ସଂସଦୀୟ ନିର୍ବାଚନରେ ବାଜି ମାରିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
ମସ୍କୋ : ଋଷ୍ରେ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବାଜି ମାରିଛନ୍ତି । ପୁଟିନ୍ଙ୍କ ୟୁନାଇଟେଡ୍ ଋଷିଆ ଦଳ ଜୋରଦାର ବହୁମତ ହାସଲ୍ କରି ବିପକ୍ଷ ପାର୍ଟିଙ୍କୁ ପରାଜିତ କରିଛି । ନ୍ୟୁଜ୍ ଏଜେନ୍ସି ରିୟଟର୍ସ ମୁତାବିକ ସତ୍ତାଧାରୀ ପାର୍ଟିର ୨୦ ପ୍ରତିଶତ ପ୍ରାର୍ଥୀଙ୍କୁ ହାର ମାନିବାକୁ ପଡ଼ିଛି ।
ଋଷ୍ର ନିର୍ବାଚନ ଆୟୋଗ ଏନେଇ କହିଛନ୍ତି, ୩୩ ପ୍ରତିଶତ ଭୋଟ ଗଣନାରେ ପୁଟିନ୍ଙ୍କ ଦଳ ୟୁନାଇଟେଡ୍ ଋଷିଆ ୪୫ % ଭୋଟ ହାସଲ କରିଛନ୍ତି । ପୁଟିନ୍ଙ୍କ ବିପକ୍ଷ କମ୍ୟୁନିଟି ପାର୍ଟି ୨୨ ପ୍ରତିଶତ ଭୋଟ ହାସଲ କରିଛି । ୨୦୧୬ ମସିହା ସଂସଦୀୟ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ପୁଟିନ୍ଙ୍କ ପାର୍ଟିର ପ୍ରଦର୍ଶନ ସେତେଟା ଭଲ ନଥିବା ଜଣାପଡ଼ିଛି । ୨୦୧୬ ମସିହାରେ ପାର୍ଟି ୫୪ ପ୍ରତିଶତ ଭୋଟ ହାସଲ କରିଥିଲା । କହିରଖୁଛୁ ଯେ, ପୁଟିନ୍ଙ୍କ ଦଳ ବିପକ୍ଷଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ବିପକ୍ଷ ନେତା ଏଲେକ୍ସି ନବଲନି ଲାଗାତାର ପୁଟିନ୍ଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଥିଲେ ଏବଂ ସମର୍ଥକ ମାନେ ମଧ୍ୟ କେତେକ ଅଭିଯାନ ଚଳାଇଥିଲେ । ଯାହାଫଳରେ ପାର୍ଟିର ଛବି ଧିରେ ଧିରେ ଖରାପ ହୋଇଥିଲା । ଅନ୍ୟପଟେ ନବଲନିଙ୍କ ସମର୍ଥକମାନେ ଅଭିଯୋଗ ଆଣି କହିଛନ୍ତି ଯେ, ଏହି ନିର୍ବାଚନ ଏକ ପ୍ରକାର ଲୋକ ଦେଖାଣିଆ, ଯଦି ନିର୍ବଚନ ନିରପେକ୍ଷ ହୋଇଥାନ୍ତା ତେବେ ୟୁନାଇଟେଡ୍ ଋଷଆ ପାର୍ଟି ନିଶ୍ଚୟ ହାରିଥାନ୍ତା ।
