ଘରୋଇ କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି
ନୂଆଦିଲ୍ଲୀ : ଘରୋଇ କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି । ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଂପାଦକ ଜୟ ଶାହା ସୋମବାର ଘୋଷଣା କରିଛନ୍ତି । ଘରୋଇ କ୍ରିକେଟରେ ଯେଉଁ ଖେଳାଳି ୪୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି, ସେମାନଙ୍କର ଦୈନିକ ମ୍ୟାଚ୍ ଫି ବଢାଯାଇ ୬୦ ହଜାର ଟଙ୍କା କରାଯାଇଛି। ଏହା ପୂର୍ବରୁ ଖେଳାଳିଙ୍କୁ ୩୫ ହଜାର ଟଙ୍କା ମିଳୁଥିଲା। ଏବେ ବୋର୍ଡ ଏହି ଖେଳାଳିଙ୍କ ମ୍ୟାଚ୍ ଫି ୨୫ ହଜାର ଟଙ୍କା ବୃଦ୍ଧି କରିଛନ୍ତି ।
I am pleased to announce the hike in match fee for domestic cricketers.
— Jay Shah (@JayShah) September 20, 2021
Seniors – INR 60,000 (above 40 matches).
Under 23- INR 25,000
Under 19 – INR 20,000#BCCIApexCouncil
ଏହା ବ୍ୟତୀତ ୨୩ ବର୍ଷରୁ କମ ଖେଳାଳିଙ୍କୁ ୨୫ ହଜାର ଏବଂ ୧୯ ବର୍ଷରୁ କମ ଖେଳାଳିଙ୍କୁ ୨୦ ହଜାର ଟଙ୍କା ଦିଆଯିବ। ଜୟ ଶାହା ଟ୍ଵିଟ୍ କରି କହିଛନ୍ତି, ୨୦୧୯-୨୦ ଘରୋଇ ସିଜିନରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ କୋଭିଡ୍-୧୯ ମହାମାରୀ କାରଣରୁ ସ୍ଥଗିତ ସିଜିନ୍ ୨୦୨୦-୨୧ର କ୍ଷତିପୂରଣ ଭାବେ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଶୁଳ୍କ ଦିଆଯିବ। କରୋନା ଭାଇରସ୍ ମହାମାରୀ କାରଣରୁ ଗତ ବର୍ଷ ରଣଜୀ ଟ୍ରଫିର ଆୟୋଜନ ହୋଇ ପାରିନଥିଲା। ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ବିସିସିଆଇକୁ ଏହି ପ୍ରତିଷ୍ଠିତ ଟୂର୍ଣ୍ଣାମେଣ୍ଟ ରଦ୍ଦ କରିବାକୁ ପଡିଥିଲା। ଏହାର କାରଣରୁ ଅନେକ ଖେଳାଳିଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଥିଲା। ବିସିସିଆଇ ସୋମବାର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଏଥିସହ ମହିଳା କ୍ରିକେଟ୍ ଖେଳାଳିଙ୍କ ମଧ୍ୟ ମ୍ୟାଚ୍ ଫି ବୃଦ୍ଧି କରାଯାଇଛି। ସିନିୟର ମହିଳା ଖେଳାଳିଙ୍କୁ ଏବେ ପ୍ରତି ମ୍ୟାଚ୍ ପିଛା ୧୨,୫୦୦ ଟଙ୍କା ଜାଗାରେ ୨୦ ହଜାର ଟଙ୍କା ମିଳିବ।
