୨.୭୧ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ
କୋରାପୁଟ : ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ୩ ଯୁବକ ଗିରଫ । ଜୟପୁର ଟାଉନ ପୋଲିସ ସମସ୍ତ ୩ ଯୁବକଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୨.୭୧ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ତେବେ ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୧୧ ହଜାର ଟଙ୍କା ହେବ। ଏନେଇ ଚୋରା କାରବାରର ଲିଙ୍କ୍ ନେଇ ତଦନ୍ତ କରୁଛି ପୋଲିସ ।
ଏମାନଙ୍କ ଠାରୁ ୨ଟି ମୋଟର ସାଇକେଲ, ୩ଟି ମୋବାଇଲ ଓ ନଗଦ ୧୪୦୦ ଟଙ୍କାକୁ ପୋଲିସ ଜବତ କରିଛି। ଏମାନଙ୍କ ମଧ୍ୟରେ ଥିବା ଅଭିଯୁକ୍ତମାନେ ଯୁବ ଗୋଷ୍ଠୀର ଏକ ଉଚ୍ଚ ଶିକ୍ଷିତ ବୋଲି ଜଣାପଡିଛି ।ଆଇଟିଆଇ ଛାତ୍ର ଓ ଇଂଜିନିୟରିଂ ଛାତ୍ର ମଧ୍ୟ ଏଥିରେ ସାମିଲ ଅଛନ୍ତି।ପ୍ରଥମ ଥର ପାଇଁ ସହରରୁ ବ୍ରାଉନ ସୁଗାର ଜବତ ହୋଇଥିବାରୁ ଏହି କାରବାର ସହ କିଏ କିଏ ଜଡ଼ିତ ଏବଂ ଏବଂ କାରବାର କିପରି ଚାଲୁଛିମ। ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ।
