ଆଜି ପଞ୍ଜାବର ଷୋଡ଼ଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚରଣଜୀତ ସିଂହ
ଚଣ୍ଡୀଗଡ଼ : ଆଜି ପଞ୍ଜାବର ଷୋଡ଼ଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ । ଶପଥ ନେବେ ଚରଣଜିତ ସିଂହ ଚନ୍ନି ଓ ନୂଆ ମନ୍ତ୍ରିମଣ୍ଡଳ । ପଞ୍ଜାବରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବା ସମ୍ଭାବନା । ଜାଟ୍ ଶିଖ ଓ ହିନ୍ଦୁ ସଂପ୍ରଦାୟରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।
। କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ରବିବାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା । ପଦ ଗୋପନୀୟତାର ଶପଥ ପାଠ କରାଯିବ । ଏହା ପୂର୍ବରୁ ସେ ଅମରିନ୍ଦର ସିଂହଙ୍କ ସରକାରରେ ସେ ପ୍ରଯୁକ୍ତିବଦ୍ୟା ଶିକ୍ଷା ଓ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ । କଂଗ୍ରେସର ପଂଜାବ ପ୍ରଭାରୀ ହରୀଶ ରାୱତ ସ୍ପଷ୍ଟ କରିଛନ୍ତି ଯେ, ପଂଜାବରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସାଧାରଣ ଲୋକଙ୍କ ଅନୁସାରେ ରାଜ୍ୟରେ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର । ଏଥିପାଇଁ ଏବାବଦରେ ଦଳୀୟ ସୁପ୍ରିମୋଙ୍କ ସହିତ ଆଲୋଚନା କରି ନାମ ନିର୍ଦ୍ଧାରିତ କରାଯିବ । ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡିିଛି ବ୍ରହ୍ମା ମହିନ୍ଦ୍ରା ଓ ସୁଖଜିନ୍ଦର ରନ୍ଧାୱା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଚରଣଜୀତ ସିଂହ ଚନ୍ନୀ ପଂଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହେବେ ।
