ରାଜ୍ୟରେ ଆଉ ୭୫୬ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୭୫୬ କରୋନା ସଂକ୍ରମିତ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ହଜାର ୩୨୦ରେ ପହଂଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୨୨ ଜଣ ଥିବାବେଳେ କଟକରୁ ୧୧୪, ଯାଜପୁରରୁ ୩୩, ମୟୂରଭଂଜରୁ ୩, ଜଗତସିଂହପୁରରୁ ୨୪, ବାଲେଶ୍ୱର ଓ ପୁରୀରୁ ୧୭-୧୭, ଭଦ୍ରକରୁ ୧୪, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୧୩ ଜଣ ଲେଖାଏଁ, ବୌଦ୍ଧରୁ ୧୨, ନୟାଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୬, ଅନୁଗୁଳ, ଦେବଗଡ଼, ଗଂଜାମରୁ ୫-୫, କେନ୍ଦୁଝରରୁ ୪, ବରଗଡ଼ରୁ ୩, ଝାରସୁଗୁଡ଼ା, ନବରଂଗପୁର, ରାୟଗଡ଼ାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲର ୭୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
