ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣା : ଡିଏଫଓ ଓ ରୋଷେୟାଙ୍କର ଲାଇ ଡେଟେକ୍ସନ୍
ଭୁବନେଶ୍ୱର : ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମୃତ୍ୟୁ ରହସ୍ୟ ଉପରୁ ଫିଟୁନି ପରଦା। ଏହାରି ମଧ୍ୟରେ ଗଜପତି ଡିଏଫଓ ଓ ରୋଷେୟାଙ୍କର ଲାଇ ଡେଟେକ୍ସନ୍ ଟେଷ୍ଟ ହୋଇଛି ।
ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ୍ ଟେଷ୍ଟ । ଭୁବନେଶ୍ୱର ଫୋରେନସିକ୍ ଲାବୋରେଟୋରୀରେ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଥିବା ନେଇ ସୂଚନା ମିଳିଛି । ସେହିପରି ଏସିଏଫଓ ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଲାଇ ଡେଟେକ୍ସନ୍ ଟେଷ୍ଟ ହୋଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ୩ ଘଣ୍ଟା ଧରି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଇ ଡିଟେକ୍ସନ୍ କରାଯାଇଥିବା ଜଣାପଡିଛି । ଡିଏଫଓଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ରହିଛି । ସେପଟେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ମଧ୍ୟ ଲାଇ ଡିଟେକ୍ସନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ୩ ଜଣ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିଥିଲା ପୋଲିସ । ମାତ୍ର ମୃତ୍ୟୁ ରହସ୍ୟକୁ ଭେଡଦ କରିପାରିଲାନି ପୋଲିସ । ପରେ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେଇଥିଲା । ସୌମ୍ୟ ମୃତ୍ୟୁର ୨ ମାସ ବିତିଯାଇଥିଲେ ବି ଏବେବି କ୍ରାଇମବ୍ରାଞ୍ଚର ହାତ ଖାଲି । ତେବେ ଡିଏଫଓ ଏବଂ ରୋଷେୟାଙ୍କ ଲାଇ ଡିଟେକ୍ସନ୍ ପରେ କ୍ରାଇମବ୍ରାଞ୍ଚ ମୃତ୍ୟୁ ରହସ୍ୟ ଭେଦ କରିବ ବୋଲି କୁହାଯାଉଛି ।
