ମାଛ ଧରିବା ହେଲା କାଳ : ବନ୍ୟାପାଣିରେ ବୁଡ଼ିଯାଇ ଯୁବକ ମୃତ
ବାଲେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଲୋକେ ବିଭିନ୍ନ ସ୍ଥାନରେ ମାଛ ଧରୁଥିବାର ଦେଖିବାକୁ ମିଳିଛି । ମାତ୍ର କେତେକାଂଶରେ ବହୁ ଲୋକ ବନ୍ୟା ପାଣିରେ ଭାସି ଯାଇଥିବାର ପରିଲକ୍ଷିତ ହେଉଛି । ଏପରି ଏକ ଅଘଟଣ ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଭୋଗରାଇ ଥାନା ମହେଶ ପୁର ପଞ୍ଚାୟତର ଅନନ୍ତ ଦଳେଇଙ୍କ ପୁଅ ମନୋଧର (୩୫) ବନ୍ୟା ଜଳରେ ବୁଡ଼ିଯାଇ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର୍ ଛାୟା ଖେଳାଇ ଦେଇଛି ।
ସୂଚନା ସେ, ଶୁକ୍ରବାର ସନ୍ଧ୍ୟାରେ ମନୋଧର ବିଲକୁ ମାଛ ଧରିବାକୁ ଯାଇ ବନ୍ୟା ପାଣିରେ ବୁଡିଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଳେଶ୍ଵର ପୁର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
