ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସିଖବର! ଗୃହ ଋଣ ଉପରେ ସୁଧ ହ୍ରାସକଲା ପିଏନବି
ନୂଆଦିଲ୍ଲୀ : ପାର୍ବଣ ଋତୁରେ ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସିଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଏକାଧିକ ଅଫର ମଧ୍ୟରେ ଗୃହଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି। ଏଥିରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ସୁଧହାର ୫୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରାଯାଇଛି।
ଏନେଇ ପିଏନବି ପକ୍ଷରୁ ଘୋଷଣା କରାଯାଇଛି ଯେ ଏବେ ଗୃହଋଣ ଉପରେ ସୁଧ ହାର ୬.୬୦% ଲାଗୁହେବ। ଏଥିପାଇଁ ଋଣ ରାଶି କ୍ଷେତ୍ରରେ କିଛି ସର୍ବୋଚ୍ଚ ସୀମା ରହିବନାହିଁ। ଏହା ଆବେଦନକାରୀଙ୍କ କ୍ରେଡିଟ ସ୍କୋର ସହିତ ସଂଯୁକ୍ତ ହେବ। ପିଏନବି ପୂର୍ବରୁ ଗୃହଋଣ, ଗାଡି ଋଣ, ବ୍ୟକ୍ତିଗତ ଋଣ, ପେନସନ ଋଣ, ସ୍ୱଣ୍ଣଁ ଋଣ ଆଦି ଉପରୁ ସର୍ଭିସ ଚାର୍ଜ/ ପ୍ରକ୍ରିୟାକରଣ ଦେୟ ଛାଡ କରିଛି। ଏଥିସହିତ ପିଏନବି ଇତିମଧ୍ୟରେ ଆଇଆଇଏଫଏଲ ସହିତ ସହ-ଋଣ ପ୍ରଦାନ ରାଜିନାମାରେ ସ୍ୱାକ୍ଷର କରିଛି। ଏହାଦ୍ୱାରା ଆର୍ଥିକ ଦୃଷ୍ଟିରୁ ଅବହେଳିତ ଏବଂ ପଛୁଆ ବର୍ଗଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ଘଟିବ। ପିଏନବିର ମହାପ୍ରବନ୍ଧକ ଆଲୋକ କେ ଗୋଏଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମରେ ପିଏନବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶଖ ସ୍ୱରୂପ କୁମାର ସାହା ଏବଂ ସିଜିଏମ ସୁରେନ୍ଦ୍ର କୁମାର ଦୀକ୍ଷିତ ଉପସ୍ଥିତ ଥିଲେ।
