ଦୁଷ୍କର୍ମ ଉଦ୍ୟମ କରି ଜେଲ୍ ଗଲେ ଅଭିଯୁକ୍ତ
ରାଉରକେଲା : ଦୁଷ୍କର୍ମ ଉଦ୍ୟମ ପଡିଲା ମହଙ୍ଗା । ଜଣେ ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଅଭିଯୁକ୍ତ ହେଉଛନ୍ତି ଇଣ୍ଡିଆନ ଅଏଲ ଫିଲିଂ ଷ୍ଟେସନର କର୍ମଚାରୀ ସୁମନ୍ତ ନନ୍ଦ।
ସୂଚନା ଯେ, ରାଉରକେଲା ଏୟାର ଷ୍ଟ୍ରିପରେ ଏକ ଠିକା ସଂସ୍ଥା ଅଧୀନରେ ବଗିଚା କାମରେ ନିୟୋଜିତ ଯୁବତୀଙ୍କୁ ଅଭିଯୁକ୍ତ ଗତ ୧୬ ତାରିଖ ଦିନ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ବିଶ୍ରାମ ନେଉଥିବା ବେଳେ ବିଶ୍ରାମ କକ୍ଷ ଭିତରେ ଏଭିଏସନ ଫିଲିଂ ଷ୍ଟେସନ କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା ପୋଲିସ।
