ହୀରାକୁଦ ଜଳଭଣ୍ଡାରରେ କମୁଛି ଜଳସ୍ତର
ସମ୍ବଲପୁର : ହୀରାକୁଦ ଜଳ ଭଣ୍ଡାରରେ ଧୀରେ ଧୀରେ କମୁଛି ଜଳସ୍ତର। ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୬୫ଫୁଟ । ପୂର୍ବାହ୍ନ ୧୧ଟାରେ ହୀରାକୁଦ ଜଳସ୍ତର ଥିଲା ୬୨୮.୬୯ଫୁଟ । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ଫୁଟ। ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ ଦେଇ ଚାଲିଛି ଜଳ ନିଷ୍କାସନ ହେଉଛି ।
ସୂଚନା ଯେ, ଉପର ମୁଣ୍ଡରେ ବର୍ଷାର ପରିମାଣ କମି ଥିଲେ ମଧ୍ୟ ସନ୍ଧ୍ୟା ୬ଟା ସୁଦ୍ଧା ମୋଟ୍ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ର ୧୯ଟି ଏବଂ ଡ଼ାହାଣ ପାଶ୍ୱର୍ ଡାଇକ୍ ର ୯ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୨ ହଜାର ୧୯୯ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୨୮ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୪ ଲକ୍ଷ ୭୩ ହଜାର ୦୨୩ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳ ଭଣ୍ଡାରର ଜଳ ପତନ ସଂନ୍ଧ୍ୟା ୬ଟା ସୁଦ୍ଧା ୬୨୮.୬୫ ଫୁଟ୍ ରହିଛି ।
