ଗାଧୋଇବା ବେଳେ ଅଘଟଣ : ପାଣିରେ ବୁଡ଼ି ବାପ-ପୁଅ ମୃତ
RESPECT THE RIVER: New data from the Royal Life Saving Society reveals 1113 people drowned in Australia rivers, creeks and streams over the past 15 years and males accounted for 81% of these drowning deaths.
ଅନୁଗୋଳ : ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ କଇଁଛବାହାଳ ଗ୍ରାମରେ ଅଘଟଣ । ପୋଖରୀରେ ବୁଡି ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ କ୍ଷୀରୋଦ ଜେନା(୩୬) ଓ ତାଙ୍କ ୪ ବର୍ଷର ଶିଶୁପୁତ୍ର ରାକେଶ ଜେନା(୬)। ବହୁ ଖୋଜାଖୋଜି ପରେ ଗାଁ ପୋଖରୀରୁ ଉଭୟଙ୍କ ମୃତଦେହ ମିଳିଛି । ଉଭୟକୁ ଅନୁଗୋଳ ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଅଭାବନୀୟ ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଯେ, କଇଁଛବାହାଳ ଗ୍ରାମର କ୍ଷୀରୋଦ ଜେନା ଶୁକ୍ରବାର ଅପରାହ୍ନ ୧ଟା ସମୟରେ ନିଜର ୪ ବର୍ଷର ଶିଶୁପୁତ୍ର ରାକେଶକୁ ସାଥୀରେ ନେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ନୂଆ କରି ଖୋଳା ଯାଇଥିବା ପୋଖରୀରେ ବାପା ଓ ପୁଅ ଉଭୟ ଗାଧୋଇବା ବେଳେ ମାଟିରେ ଗୋଡ଼ ପୋତି ହୋଇଯାଇଥିଲା। ଫଳରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ପାଖରେ ଥିବା ଲୋକମାନେ ବାପ-ପୁଅଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଉଭୟ ବାପ-ପୁଅଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ବାପ-ପୁଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖା ଯାଇଛି। କ୍ଷୀରୋଦ ଜଣେ ଦିନ ମଜୁରିଆ ଶ୍ରମିକ ଭାବେ ଗ୍ରାମରେ କାର୍ଯ୍ୟ କରନ୍ତି। ଉଭୟ ବାପ-ପୁଅଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
