ଗ୍ୟାସ ଟ୍ୟାଙ୍କର-ବାଇକ ଧକ୍କା : ଗ୍ୟାସ୍ ଲିକ୍
ଯାଜପୁର : ଯାଜପୁର ଜିଲାର ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କରଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଏକ ବାଇକ ସହ ଧକ୍କା ହୋଇଥିଲା । ବାଇକଟି ଗାଡ଼ି ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା। ଏହାପରେ ବାଇକରେ ଥିବା ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହେବାରେ ଲାଗିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଫଳରେ ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡ଼ି ଯିବା ଆସିବା କରୁଥିବା ବେଳେ ଅନ୍ୟ ପାଖରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ଉପସ୍ଥିତ ରହିଛି।
