ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସନ୍ତୁ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ତାଙ୍କ ପ୍ରକୃତ ନାମ ନରେନ୍ଦ୍ର ଦାମୋଦରଦାସ ମୋଦୀ। ସେ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ୭୧ ବର୍ଷରେ ପଦାର୍ପଣ କରିବେ । ଏହି ଅବସରରେ ସାଧାରଣଜନତାଙ୍କ ଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି । ନରେନ୍ଦ୍ର ମୋଦି ପ୍ରକୃତରେ ଜଣେ ଭଲ ନେତା ହେବା ସହ ସବୁ ଅବସ୍ଥାକୁ ସମ୍ମୁଖୀନ ହେବାପାଇଁ ସବୁବେଳେ ସେ ପ୍ରସ୍ତୁତ । ତାଙ୍କର ଏହି ବ୍ୟକ୍ତିତ୍ୱ କାରଣରୁ ହିଁ ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦରେ ଥିବା ସହ ସାରା ବିଶ୍ୱର ନଜର ତାଙ୍କ ଉପରେ ରହିଛି ।ମୋଦି ଏବେ ଦେଶର ତଥା ଦେଶ ବାହାର ଅନେକ ଲୋକଙ୍କ ଆଦର୍ଶ ହୋଇ ଯାଇଛିନ୍ତି । କେବଳ ଭାରତ ବର୍ଷରେ ନୁହଁ ସାରା ଦୁନିଆ କିଏ ନଜାଣେ ତାଙ୍କୁ ।
ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବିଶ୍ୱ ଦରବାରରେ ନିରନ୍ତର ଭାବରେ ବଜାୟୀ ରହିଛି। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, କାନାଡାର ଅନେକ ନେତାଙ୍କୁ ପଛରେ ପକାଇ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହ ଶୀର୍ଷରେ ରହିଥିବାବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ଅନେକ ବିଶ୍ୱ ନେତା ଏବେ ମୋଦିଙ୍କ ତୁଳନାରେ ବହୁତ କମ୍ ରହିଛନ୍ତି। ସେହିପରି ବିଶ୍ୱର ପ୍ରଭାବଶାଳୀ ଶହେ ବ୍ୟକ୍ତିତ୍ୱ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି ।
ଏହି ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଯାଏଁ ବିଜେପି ପକ୍ଷରୁ ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ମୋଦିଜୀ ଦେଶ ପ୍ରତି ସମର୍ପଣର ୨୦ ବର୍ଷ ପୂର୍ଣ୍ଣ କରିବାକୁ ଯାଉଛନ୍ତି । ତେଣୁ ମୋଦିଙ୍କ ଜନ୍ମଦିନ ଅବସରରେ ଦୀର୍ଘ ୨୦ ଦିନ ପର୍ଯ୍ୟନ୍ତ ସେବା ଓ ସମର୍ପଣ ଅଭିଯାନ ଭାବେ ଦଳ ପକ୍ଷରୁ ପାଳନ କରାଯିବ । ଏଥିରେ ସମସ୍ତ ରାଜ୍ୟ, ଜିଲା, ମଣ୍ଡଳ, ବୁଥ୍ ଭାଗ ନେବେ । ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଇତି ମଧ୍ୟରେ ତାଙ୍କର ବ୍ୟକ୍ତିତ୍ୱ, କୃତିତ୍ୱ, ଜନସେବାରେ ଉପଲବ୍ଧି ଓ କେଉଁଭଳି ଦିବ୍ୟାଙ୍ଗଙ୍କ ପାଇଁ ସମର୍ପିତ ସେ ସମ୍ପର୍କରେ ନମୋ ଆପ୍ ଜରିଆରେ ଭର୍ଚୁଆଲ ପ୍ରଦର୍ଶନୀ ପ୍ରଦର୍ଶନୀ କରାଯିବ । ଏହାକୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଦେଖିପାରିବେ । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ମୋର୍ଚ୍ଚା ସାମିଲ ରହିବେ । ପ୍ରତ୍ୟେକ ଜିଲାରେ ଗରିବ, ବସ୍ତି, ଅନାଥାଳୟ, ଡାକ୍ତରଖାନା ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ଜନଜାତି, ପଛୁଆବର୍ଗ ମୋର୍ଚ୍ଚା, ମହିଳାମୋର୍ଚ୍ଚା ସମସ୍ତେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଏହି ଅଭିଯାନ ସମୟରେ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ, ପ୍ରତ୍ୟେକ ଜିଲ୍ଲାରେ ଯୁବମୋର୍ଚ୍ଚା ପକ୍ଷରୁ ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିରର ଆୟୋଜନ, ଜିଲାର ଗରିବ, ବସ୍ତି, ଅନାଥାଶ୍ରମ, ଡାକ୍ତରଖାନା ଏବଂ ବୃଦ୍ଧାଶ୍ରମରେ ଫଳ ବଣ୍ଟନ, ଅନୁସୂଚୀତ ଜାତି ଓ ଜନଜାତିଙ୍କ ନିମନ୍ତେ ମାଗଣା ରାସନ ବଣ୍ଟନରେ ପଛୁଆବର୍ଗ ଓ ମହିଳା ମୋର୍ଚ୍ଚା ମୁଖ୍ୟ ଭୂମିକା ଗ୍ରହଣ କରିବେ । କୃଷକ ମୋର୍ଚ୍ଚା ଦ୍ୱାରା ଏହି ଅଭିଯାନ ସମୟରେ ରାଜ୍ୟ ମୁଖ୍ୟାଳୟ ଏବଂ ଜିଲାର କୃଷକ ଓ ଯବାନମାନଙ୍କୁ ସମ୍ମାନିତ କରାଯିବ, ମଣ୍ଡଳଗୁଡିକରେ ସ୍ୱଚ୍ଛତା ଅଭିଯାନ, ବ୍ୟାପକ ବୃକ୍ଷରୋପଣ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ପ୍ରତି ସଚେତନତା ସୃଷ୍ଟି, ପ୍ରତି ମଣ୍ଡଳରେ ଭର୍ଚୁଆଲ ସେମିନାର୍ ହେବ, ଏଥିରେ ସର୍ବନିମ୍ନ ଶହେରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେବେ, ସେପ୍ଟେମ୍ବର ୨୫ରେ ଭାଜପାର ନୀତି ଆଦର୍ଶର ପ୍ରଣେତା ଏବଂ ପ୍ରେରଣାର ଉତ୍ସ ପଣ୍ଡିତ୍ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଜିଲାର ପ୍ରତ୍ୟେକ ବୁଥ୍ରେ ପାଳନ ପୂର୍ବକ ତାଙ୍କ ପ୍ରତିମୂର୍ତ୍ତି ବା ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ତାଙ୍କ ସମ୍ପର୍କରେ ବିଶଦ୍ ଆଲୋଚନା, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ ବୁଥ୍ ସ୍ତରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପରିସରରେ ସଫେଇ ଏବଂ ପ୍ରତିମୂର୍ତ୍ତି ବା ଫଟୋଚିତ୍ରରେ ମାଲ୍ୟାର୍ପଣ, ଭୋକାଲ୍ ଫର୍ ଲୋକାଲ୍କୁ ପ୍ରୋତ୍ସାହନର ସୁଯୋଗ ଦେବା ଏହି ଅଭିଯାନର ଲକ୍ଷ୍ୟ, ଯାହା ଲୋକଙ୍କ ପାଖରେ ପହଂଚାଯିବ । ସଂଖ୍ୟାଲଘୁ ମୋର୍ଚ୍ଚା ଦ୍ୱାରା ସମସ୍ତ ସମ୍ପ୍ରଦାୟର ଧର୍ମଗୁରୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କୋଭିଡ୍ ନିୟମାନୁଯାୟୀ କରାଯିବ । ଏଥିରେ ଭାରତୀୟ ଜନତାପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା, ନିର୍ବାଚିତ ପ୍ରତିନିଧି, ପଦାଧିକାରୀ ପ୍ରମୁଖ ଯୋଗ ଦେବେ ।
