ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
କେନ୍ଦ୍ରାପଡା : ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ ସୃଷ୍ଟି । ବର୍ଷା କାରଣରୁ ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଥିବା ପୋଲ ଭାଙ୍ଗି ଯାଇଛି । ଫଳରେ ନିକଟରେ ଥିବା ଗାଁରେ ପାଣି ପଶିଛି । ଫଳରେ ତିନୋଟି ପଞ୍ଚୟତ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଅଣ୍ଢରା -ଅମୃତମଣୋହୀଙ୍କୁ ସଂଯୋଗ କରୁଥିବା ରାସ୍ତାରେ ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତ ପ୍ରଭାବିତ ହୋଇଥିବା ନଜର ଆଶିଛି ।
