ପୁଣି ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ଦ୍ୱାରା ପୁଣି ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି । ନଗଦ ୩୫ ହଜାର ଟଙ୍କା ଜବତ ସହ ଗୋଟିଏ ବୁଲେଟ ଜବତ । ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ।ଜଳେଶ୍ୱର ମହମ୍ମଦ ନଗର ପାଟଣା ଗାଁ ନିକଟରୁ ଜବତ କରିଛି ଜଳେଶ୍ୱର ପୋଲିସ , ଗିରଫ ହୋଇଥିବା ଦୁଇ ଯୁବକ ହେଉଛନ୍ତି ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି ।
