ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାଷ୍ଟମୀ
ସାକ୍ଷିଗୋପାଳ : ପୁରୀ ଜିଲ୍ଲା ସାକ୍ଷିଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଆଜି ଶ୍ରୀ ରାଧାଙ୍କ ଜନ୍ମବିଧି ପାଳିତ ହୋଇଯାଇଛି । ଦୈନନ୍ଦିନ ଦେବନୀତି ସହିତ ଆଜି ଦ୍ୱିପ୍ରହର ଧୂପ ପରେ ଶ୍ରୀ ରାଧାଙ୍କ ଜନ୍ମୋ ମହୋତ୍ସବ ବିଧି ପାଳିତ ହୋଇଯାଇଛି ।
ଅଭିମନ୍ତ୍ରିତ ଜଳ କଳସରେ ଶ୍ରୀ ରାଧାଙ୍କୁ ପୂର୍ଣ୍ଣ ସ୍ନାନ, ଶ୍ରୀକୃଷ୍ଣ ଓ ଶ୍ରୀ ରାଧାଙ୍କୁ ନୂତନ ବସ୍ତ୍ର, ଫୁଲ, ଚନ୍ଦନ ସହ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଥିଲା । ଗର୍ଭଗୃହରେ ଶିଶୁକନ୍ୟା ଶ୍ରୀ ରାଧାଙ୍କ ଜନ୍ମ ପରେ କ୍ଷୀର ପାନ, ସ୍ନାନ, ନୂତନ ବସ୍ତ୍ର ଲାଗି ଆଦି ନୀତି ସମ୍ପନ୍ନ ହୋଇଛି । ଠାକୁରଙ୍କୁ କୋରା ଭୋଗ ଲାଗି କରାଯାଇଛି । ପୁରାଣ ପଣ୍ଡିତ, ପୁରୋହିତ, ପୂଜାପଣ୍ଡା, ସିଂହାରୀ, ପାଳିଆ, ପତ୍ରି ସେବକ, ଭଣ୍ଡାର ମେକାପ ଶ୍ରୀ ରାଧାଙ୍କ ଜନ୍ମବିଧି ପାଳନରେ ସାମିଲ୍ ହୋଇଛନ୍ତି । ଭକ୍ତ ମାନେ କୋଭିଡ଼୍ କଟକଣା ପାଳନ ପୂର୍ବକ ଶ୍ରୀକୃଷ୍ଣ ଶ୍ରୀରାଧା ଓ ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରୁଛନ୍ତି ।
