ଲଗଣ ବର୍ଷାରେ ୧୧୧ଟି ବ୍ଲକର ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ
- ଚାରି ମୃତ, ୧୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା
ଭୁବନେଶ୍ୱର : ରାଜ୍ୟରେ ଲଗାତାର ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବର୍ଷା କାରଣରୁ ରାଜ୍ୟର ୧୧୧ଟି ବ୍ଲକର ୩୬୯୬ ଗାଁ ତଥା ୨୭ଟି ପୌରାଂଚଳର ୨୦,୪୬,୧୨୨ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ଚାରିି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୮୭୦ ଘର ଭାଙ୍ଗିଛି ତଥା ୧୩୫୩୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛିା ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଚାରି ଜଣଙ୍କର ଜୀବନ ଯାଇଥିବା ନେଇ ପ୍ରାଥମିକ ରିପୋର୍ଟ ହସ୍ତଗତ ହୋଇଛି । ଏଥି ମଧ୍ୟରୁ ଘର କାନ୍ଥ ଭୁଷୁଡିବା କାରଣରୁ କେନ୍ଦ୍ରାପଡାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଧା ଜିଲ୍ଲାରେ ଜଣେ ବୁଡି ମୃତ୍ୟୁବରଣ କରିଥ୍ିବା ସୂଚନା ମିଳିଛି । ଗଂଜାମ ଜିଲ୍ଲାରେ ଜଣଙ୍କର କାନ୍ଥ ପଡି ଯିବାରୁ ମୃତ୍ୟୁ ହୋଇଛି । ନିଶ୍ଚିନ୍ତ କୋଇଲି ବ୍ଲକରେ ଜଣେ ବୁଡି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ ଏ ନେଇ ସବିଶେଷ ଜାଂଚ କରା ଯାଉଥିବା ସୂଚନା ଦିଆ ଯାଇଛି ।
