ହୀରାକୁଦର ୬ ଟି ଗେଟ୍ ଖୋଲିଲା
ଭୁୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲିଛି । ପ୍ରଥମ ପର୍ଯ୍ୟାୟରେ ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଖୋଲାଯାଇଥିଲା । ପର୍ଯ୍ୟାୟ କ୍ରମେ ହୀରାକୁଦର ମୋଟ ୬ଟି ଗେଟ୍ ଖୋଲିଛି । ସଂଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୦୪ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ୧,୭୬,୫୬୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧,୨୭,୦୮୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଖଇରାମାଳ ଠାରେ ୪,୪୩,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳ ଠାରେ୫,୪୩,୦୦୦ ଏବଂ ମୁଣ୍ଡଳୀ ଠାରେ୪,୭୪,୬୨୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
ଏହା ପୂର୍ବରୁ ହୀରାକୁଦ ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଥିଲେ ଯେ ହୀରାକୁଦ ବନ୍ଧର ଉପରମୁଣ୍ଡରେ ୪୬.୪୬ ମିଲିମିଟର ବର୍ଷା ହୋଇଥିବା ବେଳେ ତଳମୁଣ୍ଡରେ ୧୨୨.୯୪ ମିଲିମିଟର ବର୍ଷା ହୋଇଛି । ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧.୯୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତଳ ମୁଣ୍ଡ ଓ ଉପରମୁଣ୍ଡରେ ସ୍ଥିତିକୁ ବିଚାରକୁ ନେଇ ଅପରାହ୍ଣ ୫ଟାରୁ ପର୍ଯ୍ୟାୟ କ୍ରମେ ଡ୍ୟାମ୍ ର ୬ଟି ଗେଟ୍ ଖୋଲିବାକୁ ନିଷ୍ପତି ହୋଇଛି । ସେହିଭଳି ଆସନ୍ତାକାଲି ସ୍ଥିତିକୁ ଦେଖି ଗେଟ୍ ଖୋଲା ଯିବ ।
