ହୀରାକୁଦ ନଦୀବନ୍ଧର ଜଳସ୍ତର ୬୨୫.୧୦ ଫୁଟ
ସମ୍ବଲପୁର : ହୀରାକୁଦ ନଦୀବନ୍ଧର ଜଳସ୍ତର ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ୬୨୫.୧୦ ଫୁଟ ରହିଛି। ଏହି ସମୟରେ ସମସ୍ତ ଫାଟକ ବନ୍ଦ ରହିଛି। ହୀରାକୁଦ ବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୭ ହଜାର ୮୮୦ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାୱାର ଚେନାଲ, ଶିଳ୍ପ ଓ କେନାଲ ମାଧ୍ୟମରେ ୨୧ ହଜାର ୫୦୨ ଘନଫୁଟ ଜଳ ନିଷ୍କାସନ ହେଉଛି। ସୋମବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୧୦.୧୮ ମିଲିମିଟର ଏବଂ ତଳମୁଣ୍ଡରେ ୬୬.୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଆଗକୁ ଘୂର୍ଣ୍ଣିିବଳୟ ସକ୍ରିୟ ଥିବା ଯୋଗୁଁ ଏବଂ ଉପରମୁଣ୍ଡରେ ବୃଷ୍ଟିପାତକୁ ଦେଖି କରି ଫାଟକ ଖୋଲାଯିବ ବୋଲି ଜଣାପଡ଼ିଛି। ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶିଙ୍କୁ ପଚାରିବାରୁ ଆଗକୁ ଉପରମୁଣ୍ଡ ବର୍ଷା ଏବଂ ବନ୍ୟାଜଳ ଆସିବାକୁ ନେଇ ଫାଟକ ଖୋଲିବା ନିର୍ଣ୍ଣୟ କରାଯିବ ବୋଲି କହିଥିଲେ। ଆଜି ସନ୍ଧ୍ୟାରେ ଫାଟକ ଖୋଲାଯିବାକୁ ନେଇ ଅଧିକାରୀଗଣ ହୀରାକୁଦ ମୁଖ୍ୟବନ୍ଧରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି।
