ବିବାହର ମାତ୍ର ୪ ମାସ ପରେ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ଘରେ ଖୁସି ଖବର : ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ମାହୋଲ
ଭୁବନେଶ୍ୱର : ବିବାହର ମାତ୍ର ୪ ମାସ ପରେ ଓଲିଉଡ଼ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ଘରକୁ ଆସିଲା ଖୁସି ଖବର । ଅଭିନେତା ସବ୍ୟସାଚୀଙ୍କ ଘରେ ପାଳନ ହୋଇଛି ଷଠି ପୂଜା। ଏହି ଷଠି ପୂଜା ମା’ ମାନେ ନିଜ ସନ୍ତାନଙ୍କ ନିମନ୍ତେ କରିଥାନ୍ତି । ଏହି ପୂଜାରେ ବିଧିବିଧାନ ପୂର୍ବକ ମାତା ଷଠିଙ୍କୁ ଆରାଧନା କରି ନିଜ ସନ୍ତାନଙ୍କୁ ପୂଜା କରିଥିବା ଝାଟିରେ ଝାଡି ଦିଅନ୍ତି । ମା’ ଏବଂ ସନ୍ତାନ ମାନଙ୍କର ଏହି ପର୍ବଟି ବହୁତ ମହତ୍ଵପୂର୍ଣ୍ଣ ଅଟେ । ଅଭିନେତା ସବ୍ୟସାଚୀ ମଧ୍ୟ ଷଠି ପୂଜାରେ ନିଜ ଘରେ ବସିଥିଲେ । ଏହି ପୂଜାରେ ତାଙ୍କ ମା’ ମାତା ଷଠିଙ୍କର ପୂଜା କରିବା ପରେ ସବ୍ୟସାଚୀଙ୍କୁ ଫୁଲ ଦେଇ ପିଠି ପଛପଟେ ଯାଇ ତାଙ୍କୁ ଝାଡି ଥିଲେ ।
କେବଳ ସବ୍ୟ ନୁହନ୍ତି ଅର୍ଚ୍ଚିତା ମଧ୍ୟ ନିଜ ଶାଶୁଙ୍କ ଦ୍ଵାରା ଝାଡି ଖାଇଛନ୍ତି । ଏହି ପୂଜାରେ ସବ୍ୟଙ୍କ ମା’ ନିଜ ପୁଅ ଏବଂ ବୋହୁଙ୍କ ମଙ୍ଗଳ କାମନା କରି ଆଗକୁ ବଢିବାକୁ ମାତା ଷଠିଙ୍କ ପାଖରେ ନିଜର ଜିଜ୍ଞାସା ପ୍ରକାଶ କରିଛନ୍ତି । ଏହି ଦୃଶ୍ୟକୁ ସବ୍ୟସାଚୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଫ୍ୟାନ୍ସ ମାନଙ୍କ ଗହଣରେ ସେ-ୟା-ର କରିଛନ୍ତି । ଫ୍ୟାନ୍ସ ମାନେ ତାଙ୍କର ଏହି ଭିଡିଓ ଦେଖି ବହୁତ ଉତ୍କଣ୍ଠା ପ୍ରକାଶ କରିଛନ୍ତି ।ଏହି ଦୃଶ୍ୟରେ ସବ୍ୟଙ୍କ ମା’ କହୁଛନ୍ତି ଯେ କେତେ ଜୋରରେ ଝାଡିବି ? ଏହା ପରେ ଅର୍ଚ୍ଚିତା କହୁଛନ୍ତି ବହୁତ ଜୋରରେ ବହୁତ ଜୋରରେ ଯେଭଳି ସବ୍ୟ ଙ୍କୁ କାଟିବ । କିନ୍ତୁ ମା’ ମମତା କାହା ସହିତ ଅତୁଳନୀୟ ଅଟେ । ସବ୍ୟଙ୍କ ମା’ ତାଙ୍କୁ ଝାଡି ସାରିବା ପରେ ସବ୍ୟଙ୍କ ଗାଲ ରେ ଆଦର କରି ପକାଉଛନ୍ତି । ଏହା ସହିତ ସବ୍ୟଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛନ୍ତି ଯେ ଭଲରେ ରହି ଘର ସଂସାର କରେ । ମାତ୍ର ସବ୍ୟଙ୍କୁ ଏ ସବୁ ସ୍ଥିତି ଅତ୍ୟନ୍ତ କୌତୁହଳ ଲାଗୁଥିଲା । ସେ ବାରମ୍ବାର ହସି ନିଜ ଆନନ୍ଦକୁ ପ୍ରକାଶ କରୁଥିଲେ । ସବ୍ୟସାଚୀଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ଏହିଭଳି ଷଠି ପୂଜାରେ ଯୋଗଦାନ ଦେଖି କହିଛନ୍ତି ଯେ ଆପଣ ପୌରାଣିକ ଖୁସିକୁ ଜାଗୃତ କରିଦେଲେ ।
