ସାଲକୀ ନଦୀରେ ବନ୍ୟା ଜଳ, ଅନେକ ଅଞ୍ଚଳ ବିଛିନ୍ନ
କନ୍ଧମାଳ : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି । ରବିବାର ଠୁ ଜାରି ବର୍ଷା ପ୍ରଭାବରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲାର ଫୁଲବାଣୀରେ ମଧ୍ୟ ବିଭିନ୍ନ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି ।
କନ୍ଧମାଳରେ ଲଗାଣ ବର୍ଷା ପାଇଁ ସ୍ଥିତି ବେହାଲ ହୋଇ ପଡିଛି । ଫଳରେ ସାଲକୀ ନଦୀରେ ବନ୍ୟା ଜଳ ଆସିଛି । ଫୁଲବାଣୀ ସହରର ଦାମିଙ୍ଗା, ଡ଼ାକପାଲ, ଆଦି ଗ୍ରାମ ବିଛିନ୍ନ ହୋଇଯାଇଛି । ଏହାସହ ଖଣ୍ଡିସାହୀ ନଦୀ ସ୍ଥିତ ଡ଼୍ୟାମ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି । ଏବେସୁଦ୍ଧା କ୍ଷୟକ୍ଷତିର ସୁଚନା ମିଳିପାରି ନାହିଁ ।
