ପ୍ରବଳ ବର୍ଷା ଯୋଗୁ ୧୨ଟି ଜିଲାରେ ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ ବିଦ୍ୟାଳୟ
ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବେହାଲ ପରିସ୍ଥିତି । ଏହାକୁ ଦୃଷ୍ଟିରେ ରଖି ପ୍ରବଳ ବର୍ଷ ନେଇ ରେଡ ୱାର୍ଣ୍ଣିଙ୍ଗ ଥିବା ୧୨ ଜିଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ୧୨ ଜିଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ । ପାଣିପାଗ ବିଭାଗର ଆକଳନ ଅନୁସାରେ , ସ୍ଵତନ୍ତ୍ର ରିଲିଫ୍ କମିଶନର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ସବୁ ଜିଲାରେ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲାପାଳ । ଏନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସୂଚନା ଯେ, ବିଦ୍ୟାଳୟଗୁଡ଼ିକରେ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ା ଚାଲିଥିଲା।
