କେଜ୍ରିୱାଲଙ୍କୁ ବଡ଼ ଦାୟିତ୍ୱ : ଆପର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ
New Delhi: Delhi Chief Minister Arvind Kejriwal addresses during the inauguration of RAMP service road at cycle track at Mayur Vihar in New Delhi, Saturday, Aug. 28, 2021. State Health Minister Satyendra Jain also seen. (PTI Photo/Ravi Choudhary)(PTI08_28_2021_000062B)
- ପଙ୍କଜ ଗୁପ୍ତାଙ୍କୁ ପାର୍ଟି ସଚିବ ଓ ଏନଡି ଗୁପ୍ତା ହେଲେ କୋଷାଧ୍ୟକ୍ଷ
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ) ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ କରାଯାଇଥିବା ବେଳେ ପଙ୍କଜ ଗୁପ୍ତାଙ୍କୁ ପାର୍ଟିର ସଚିବ ଓ ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କୁ କୋଷାଧ୍ୟକ୍ଷ ପଦ ମିଳିଛି । ଏହି ୩ ଜଣ ପଦାଧିକାରୀଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ।
ସୂଚନା ଯେ, ଚଳିତ ବର୍ଷ ପ୍ରାରମ୍ଭରେ ଆପ୍ ତରଫରୁ ପାର୍ଟି ସମ୍ବିଧାନରେ କିଛି ପରିବର୍ତ୍ତନ କରାଯାଇଥିଲା । ପ୍ରଥମରୁ ଦଳର କୌଣସି ପଦରେ ଜଣେ ଅଧିକାରୀ ୩ ବର୍ଷରୁ ଅଧିକ ରହିପାରିବେ ନାହିଁ ବୋଲି ଆଇନ ଥିବା ବେଳେ ଏବେ ତାହାକୁ ବଦଳାଇ ୫ ବର୍ଷ କରାଯାଇଛି । ଆଗାମୀ ବର୍ଷ ୟୁପି ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନଜରରେ ରଖି ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ କରାଯାଇଛି ।
